Sambad Odisha

ରାଜ୍ୟ ଶିକ୍ଷା

ନିରାକାରପୁର ପି.ଏମ୍.ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ନିରାକାରପୁର ପି.ଏମ୍.ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ନିରାକାରପୁର, ୧୪/୧୧(ସମ୍ବାଦ ଓଡ଼ିଶା ): ନିରାକାରପୁରସ୍ଥିତ ପି.ଏମ୍.ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପବିତ୍ର ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ‘ମକ୍ ବିଧାନସଭା, ବିଜ୍ଞାନ ମେଳା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନିଗ୍ଧା ଛୋଟରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ପବିତ୍ର ମୋହନ ପାଇକରାୟ ଏବଂ ଅଧ୍ୟାପକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ପିଲାମାନଙ୍କର ପ୍ରତିଭା ଓ ସୃଜନଶୀଳତାର ଭୂୟସୀ ପ୍ରଶଂସା କରିବା ସହ ସମସ୍ତ ଛାତ୍ରଛାତ୍ରୀ ନିଜର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅମର ଜୟସିଂହ ଉପସ୍ଥିତ ରହି ପିଲାମାନଙ୍କୁ ଅନୁସନ୍ଧିତ୍ସୁ ହେବାକୁ ପ୍ରେରଣା ଦେଇଥିବା ବେଳେ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସୁଶାନ୍ତ ମଲ୍ଲିକ ବିଜ୍ଞାନ ମେଳାରେ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ଉଚ୍ଚ ପ୍ରଶଂସା କରି ଆଗାମୀ ଦିନରେ ଆହୁରି ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ବିଜୟ କୁମାର ସେଠୀ ଏହି ସମଗ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଏଥିରେ ଶ୍ରୀମତୀ ରୂପାଲି ପାଇକରାୟ, ଶିକ୍ଷକ ରବୀନ୍ଦ୍ର ସାମଲ, କାଳିଚରଣ ହାଁସଦା, ଅମୃତାନ୍ସୁ ବେହେରା, ଜ୍ଞାନରଞ୍ଜନ ବେହେରାଙ୍କ ସମେତ ଶିକ୍ଷୟିତ୍ରୀ ପ୍ରିୟଙ୍କା ମହାପାତ୍ର, ଶ୍ରାବଣୀ ବିଶ୍ୱାଳ, ରୀତା ବଳବନ୍ତରାୟ, ରୀତା ପ୍ରଧାନ, ବ୍ରତତୀ ପଟ୍ଟନାୟକ, ରୁଦ୍ରରାଣୀ ସାହୁ, ରୀତା ବଲବବାଇ ଓ ଧରିତ୍ରୀ ବେହେରା, ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ଭୋଜିରେ ଆପ୍ୟାୟିତ କରାଯାଇଥିଲା।

admin

admin

About Author

Leave a comment

Your email address will not be published. Required fields are marked *