Sambad Odisha

ଅପରାଧ ରାଜ୍ୟ

କଣ୍ଟେନର ଗାଡ଼ି ପଛପଟୁ ରାସ୍ତାକଡ଼ରେ ପଡ଼ିଥିବା ଅବସ୍ଥାରେ ମିଳିଲା ଗଞ୍ଜେଇ ବ୍ୟାଗ୍

କଣ୍ଟେନର ଗାଡ଼ି ପଛପଟୁ ରାସ୍ତାକଡ଼ରେ ପଡ଼ିଥିବା ଅବସ୍ଥାରେ ମିଳିଲା ଗଞ୍ଜେଇ ବ୍ୟାଗ୍

ଖୋର୍ଦ୍ଧା,୨୦/୧୧(ସମ୍ବାଦ ଓଡ଼ିଶା )ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପାସ୍‌ ନିକଟସ୍ଥ ଏନ୍‌ଏଚ୍‌-୧୬ର ପଥରବନ୍ଧ ଅଞ୍ଚଳରୁ ଆଜି ପ୍ରାୟ ୭ରୁ ୮ କେଜି ସନ୍ଦିଗ୍ଧ ଗଞ୍ଜେଇ ଜବତ ହୋଇଛି। ନଭେମ୍ବର ୨୦ ତାରିଖ ସକାଳ ପ୍ରାୟ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ରାସ୍ତାରେ ହାଇୱେ ପାଟ୍ରୋଲିଂ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, TN 54 S 0459 ନମ୍ବର ବିଶିଷ୍ଟ ଏକ କଣ୍ଟେନର ଗାଡ଼ି ପାଟ୍ରୋଲିଂ ଗାଡ଼ି ପଛରେ ସନ୍ଦେହଜନକ ଭାବେ ଯାତାୟାତ କରୁଥିଲା। ପାଟ୍ରୋଲିଂ ଗାଡ଼ିକୁ ଦେଖି କଣ୍ଟେନର ଚାଳକ ଅସ୍ୱାଭାବିକ ଭାବେ ଗାଡ଼ି ଚଳାଇବାରୁ ପାଟ୍ରୋଲିଂ ଟିମ୍‌ର ସନ୍ଦେହ ହୋଇଥିଲା। ଫଳରେ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା।ଏହି ସମୟରେ ଦୁଇଜଣ ବ୍ୟକ୍ତି ଆସି ଉକ୍ତ ଗାଡ଼ିରେ ଗଞ୍ଜେଇ ଥିବା ନେଇ ସୂଚନା ଦେଇଥିଲେ। ପରେ ଗାଡ଼ିର ଡ୍ରାଇଭର କ୍ୟାବିନ୍‌ ଯାଞ୍ଚ କରାଯାଇଥିଲେ ମଧ୍ୟ ସେଠାରୁ କିଛି ମିଳିନଥିଲା। ଏହାପରେ ପାଟ୍ରୋଲିଂ ଟିମ୍‌ ଗାଡ଼ି ପଛପଟ ରାସ୍ତାରେ ପ୍ରାୟ ୧୦ ମିନିଟ୍‌ ଧରି ଖୋଜାଖୋଜି କରିଥିଲେ। ଏହି ସମୟରେ ରାସ୍ତାକଡ଼ରେ ପଡ଼ିଥିବା ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ପ୍ରାୟ ୭ରୁ ୮ କେଜି ସନ୍ଦିଗ୍ଧ ଗଞ୍ଜେଇ ମିଳିଥିଲା।ଘଟଣା ସମ୍ପର୍କରେ ତୁରନ୍ତ ଟାଙ୍ଗୀ ଥାନା ଆଇଆଇସିଙ୍କୁ ଅବଗତ କରାଯିବା ସହ ଅବକାରୀ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ପରେ ଟାଙ୍ଗୀ ପୁଲିସ ଓ ପାଟ୍ରୋଲିଂ ଟିମ୍‌ର ଉପସ୍ଥିତିରେ ଜବତ ବ୍ୟାଗ୍‌କୁ ଅବକାରୀ ନିରୀକ୍ଷକଙ୍କୁ ହସ୍ତାନ୍ତର କରାଯାଇଥିଲା।ତେବେ ଗଞ୍ଜେଇ କାହାର ଏବଂ କିଏ ଏହାକୁ ରାସ୍ତାକଡ଼ରେ ଫିଙ୍ଗିଥିଲା, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

admin

admin

About Author

Leave a comment

Your email address will not be published. Required fields are marked *