ଟାଙ୍ଗୀ ବ୍ଲକର ୫ ଜଣ ଶିକ୍ଷକ ଙ୍କୁ ବେଳାଭୂମି ଆଦର୍ଶ ଶିକ୍ଷକ ସମ୍ମାନ
ଖୋର୍ଦ୍ଧା,୨୫/୧୧( ସମ୍ବାଦ ଓଡ଼ିଶା ):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ
ର ଶ୍ରେଷ୍ଠ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ୨୦୨୬ ବର୍ଷ ନିମନ୍ତେ ସମ୍ମାନଜନକ ବେଳାଭୂମି ଆଦର୍ଶ ଶିକ୍ଷକ ସମ୍ମାନ ରେ ସମ୍ମାନିତ କରାଯାଇଛି । ସେମାନେ ହେଲେ ଛଣଗିରି ପଞ୍ଚାୟତ ରମାବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ. ଟୁଲୁ ମାଝି, ଓଳସିଂହ ଦାଶରଥି ସରକାରୀ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଲୋପାମୁଦ୍ରା ସାହୁ, ରାମଚନ୍ଦ୍ର ବିଦ୍ୟାନିକେତନ ରମାବିଲି ର ସହକାରୀ ଶିକ୍ଷକ ଡ. ଗୋଦାବରୀଶ ସମାନ୍ତସିଂହାର, ରମାବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଶ୍ରୀଚନ୍ଦନ ଏବଂ ଛଣଗିରି ଆଞ୍ଚଳିକ ସାଧନକେନ୍ଦ୍ର ର ଶିକ୍ଷା ସଂଯୋଜକ ଡ. ପ୍ରଶାନ୍ତ ମହାପାତ୍ର । ସୂଚନା ମୁତାବକ ଉକ୍ତ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କେବଳ ନିଜ ବିଦ୍ୟାଳୟ ରେ ନୁହେଁ ବ୍ଲକ, ଜିଲ୍ଲା ରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ବୋଲି ଦୂରଦର୍ଶନ ର ଉପସ୍ଥାପକ ଡ. ସମ୍ପଦ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଅସ୍ତରଙ୍ଗ ର ପୀରଜାହାନିଆ ଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବେଳାଭୂମି ବାଲିଯାତ୍ରା ମହୋତ୍ସବ ରେ ବେଳାଭୂମି ସାହିତ୍ୟ ସଂସଦ ତରଫରୁ ଆୟୋଜିତ ବାର୍ଷିକ ଉତ୍ସବ ରେ ସଭାରେ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

