Sambad Odisha

ଦେଶ ବିଦେଶ ରାଜ୍ୟ ସ୍ପେଶାଲ

ଦିଲ୍ଲୀରେ ଲଳିତ କବି ଡ. ଆର୍ତ୍ତତ୍ରାଣ ସାହୁଙ୍କୁ ‘ପଦ୍ମଶ୍ରୀ ଗୌରବ ସମ୍ମାନ’

ଦିଲ୍ଲୀରେ ଲଳିତ କବି ଡ. ଆର୍ତ୍ତତ୍ରାଣ ସାହୁଙ୍କୁ ‘ପଦ୍ମଶ୍ରୀ ଗୌରବ ସମ୍ମାନ’

ଓଡ଼ିଆ ସାହିତ୍ୟ ଓ ପୌରାଣିକ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିଲା ଜାତୀୟସ୍ତରୀୟ ସମ୍ମାନ

ଖୋର୍ଦ୍ଧା,୨୭/୧୧( ସମ୍ବାଦ ଓଡ଼ିଶା): ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଗୌରବର ଖବର। ଓଡ଼ିଆ ସାହିତ୍ୟ ଓ ପୌରାଣିକ କବିତା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ, ସାଧନା ଓ ସାହିତ୍ୟିକ ପ୍ରତିଭା ପାଇଁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଲଳିତ କବି ଡ. ଆର୍ତ୍ତତ୍ରାଣ ସାହୁଙ୍କୁ ଦିଲ୍ଲୀଠାରେ ସମ୍ମାନଜନକ ‘ପଦ୍ମଶ୍ରୀ ଗୌରବ ସମ୍ମାନ’ ପ୍ରଦାନ କରାଯାଇଛି।ଦି ଜେନିଥ ଇଣ୍ଟରନ୍ୟାସନାଲ ଇମ୍ପାକ୍ଟ ଆୱାର୍ଡ କାଉନସିଲ ପକ୍ଷରୁ ନଭେମ୍ବର ୨୭ ତାରିଖ ୨୦୨୬ରେ ଆୟୋଜିତ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ଡ. ସାହୁଙ୍କୁ ଓଡ଼ିଆ ସାହିତ୍ୟ ଓ ପୌରାଣିକ କବିତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଡ. ଆର୍.ପି. ସିଂ, ପୂର୍ବତନ ବୈଜ୍ଞାନିକ, ଭାରତ ସରକାର; ଶ୍ରୀ ଦୀପକ ନିଗମ, ନିର୍ଦ୍ଦେଶକ, ଜେନିଥ ଇଣ୍ଟରନ୍ୟାସନାଲ; ଶ୍ରୀ ଯୋଗେନ୍ଦ୍ର ଚାଣ୍ଡୋଲିଆ, ମାନ୍ୟବର ସାଂସଦ, ଉତ୍ତର ପଶ୍ଚିମ ଦିଲ୍ଲୀ; ଶ୍ରୀମତୀ ନିଧି ନିଗମ, ପ୍ରତିଷ୍ଠାତା, ଜେନିଥ ଇଣ୍ଟରନ୍ୟାସନାଲ ଏବଂ ଶ୍ରୀ ଶିବ କୁମାର କୋହଲି, ଦିଲ୍ଲୀ ପୋଲିସର ସେଲ୍ଫ ଡିଫେନ୍ସ ଟ୍ରେନିଂର ପୂର୍ବତନ ସମ୍ମାନସୂଚକ ମୁଖ୍ୟ ପ୍ରଶିକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଡ. ସାହୁଙ୍କ ଏହି ସଫଳତା ଓଡ଼ିଆ ସାହିତ୍ୟ ଜଗତ ସହିତ ଖୋର୍ଦ୍ଧା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ତାଙ୍କର ଏହି ସମ୍ମାନଜନକ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

admin

admin

About Author

Leave a comment

Your email address will not be published. Required fields are marked *