Sambad Odisha

ରାଜ୍ୟ ସ୍ପେଶାଲ

ଦନ୍ତା ହାତୀ ଆକ୍ରମଣ: ବାଇକ୍ ଆରୋହୀ ଯୁବକ ମୃତ, ଅଞ୍ଚଳରେ ଉତ୍ତେଜନା

ଦନ୍ତା ହାତୀ ଆକ୍ରମଣ: ବାଇକ୍ ଆରୋହୀ ଯୁବକ ମୃତ, ଅଞ୍ଚଳରେ ଉତ୍ତେଜନା

ନିରାକାରପୁର,୧୫/୧୧( ସମ୍ବାଦ ଓଡ଼ିଶା (:ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ୍ ଅନ୍ତର୍ଗତ ମୟୂରଝଲିଆ କଲେଜ ନିକଟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି।ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ସାନ ରାଉତପଡା ପଞ୍ଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମର ସନ୍ତୋଷ ମୁଦୁଲି (୨୮)।ସୂଚନାଯୋଗ୍ୟ ଯେ, ସନ୍ତୋଷ ଏକ ବାଇକ୍ରେ ମୟୂରଝଲିଆ ଆଡ଼କୁ ଯାଇ ରାତି ପ୍ରାୟ ସାଢ଼େ ଆଠଟା ବେଳେ ଘରକୁ ଫେରୁଥିଲେ। ସେହିପରି କମାଗୁରୁ-ମୟୂରଝଲିଆ ରାସ୍ତା କଲେଜ ନିକଟରେ ହଠାତ୍ ଏକ ଦନ୍ତା ହାତୀକୁ ସାମ୍ନାରେ ଦେଖି ବାଇକ୍ ଚାଳକ ଭୟଭୀତ ହୋଇ ପଳାଇ ଯାଇଥିଲେ। ମାତ୍ର ପଛରେ ବସିଥିବା ଶ୍ରୀ ମୁଦୁଲି ସେଠାରେ ଅଟକି ଯାଇଥିଲେ। ଏହି, ସମୟରେ ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଖବର ପାଇ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲକୁ ଆଣିଥିଲେ।ଏହାପୂର୍ବରୁ କ୍ରମାଗତ ଭାବେ ରଣପୁର ରେଞ୍ଜ୍‌ର ହରିହରପୁର, ଓସ୍ତପଡ଼ା ଏବଂ ବର୍ତ୍ତମାନ ମୟୂରଝଲିଆ ନିକଟରେ ହାତୀ ଆକ୍ରମଣ ଓ ଧନଜୀବନ ନଷ୍ଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ତେଜନା ଦେଖାଦେଇଛି। ବନ ବିଭାଗ ପକ୍ଷରୁ ହାତୀ ଦଉଡ଼ି ନିୟନ୍ତ୍ରଣ ଏବଂ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ସାଧାରଣରେ ଦାବି ହୋଇଛି

।

admin

admin

About Author

Leave a comment

Your email address will not be published. Required fields are marked *