୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ସଫ୍ଟବଲ୍ ଦଳର ପ୍ରତିନିଧିତ୍ୱ କରିବେ ଖେଳାଳି
ଦଳ ପରିଚାଳକ ଭାବେ ନିଯୁକ୍ତ ହେଲେ କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ସମୀର କୁମାର ରାଉତରାୟ
ଖୋର୍ଦ୍ଧା,୧୪/୧୧( ସମ୍ବାଦ ଓଡ଼ିଶା): ଚଣ୍ଡିଗଡ଼, ପଞ୍ଜାବଠାରେ ଆସନ୍ତା ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ଅଣ୍ଡର-୧୯ ସଫ୍ଟବଲ୍ ବାଳକ ଓ ବାଳିକା ବିଭାଗରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବ।ଏଥିପାଇଁ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ , ଓଡ଼ିଶା ପକ୍ଷରୁ ଦଳର ପରିଚାଳକ ଓ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। ପରିଷଦର ଉପସଚିବଙ୍କ ଦ୍ୱାରା ନଭେମ୍ବର ୧୨ ତାରିଖରେ ଜାରି ହୋଇଥିବା ଚିଠି ଅନୁଯାୟୀ, ସଫ୍ଟବଲ୍ ବାଳକ ଦଳର ପରିଚାଳକ ଭାବେ ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସମୀର କୁମାର ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି।ସେହିପରି ବାଳକ ଦଳର ପ୍ରଶିକ୍ଷକ ଭାବେ ଭୁବନେଶ୍ୱର କିସ୍ ଉଚ୍ଚ ବିଦ୍ୟାଳୟର ମନୋଜ କୁମାର ପ୍ରଧାନ, ବାଳିକା ଦଳର ପରିଚାଳିକା ଭାବେ କଟକ ଅସୁରେଶ୍ୱର ସୁଭଦ୍ରା ମେହତାବ ଉଚ୍ଚ ବିଦ୍ୟାଳୟର ଲାଲୁ ପ୍ରସାଦ ମହାରଣା ଏବଂ ବାଳିକା ଦଳର ପ୍ରଶିକ୍ଷିକା ଭାବେ କିସ୍ ଉଚ୍ଚ ବିଦ୍ୟାଳୟର ଦୀପା ମାଝୀଙ୍କୁ ନିଯୁକ୍ତ କରାଯାଇଛି।ଏହି ପ୍ରତିଯୋଗିତାରେ ଓଡ଼ିଶାର ସଫ୍ଟବଲ୍ ବାଳକ ଓ ବାଳିକା ଦଳ ରାଜ୍ୟର ପ୍ରତିନିଧିତ୍ୱ କରିବେ। ଦଳର ଯାତ୍ରା ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ।

