Sambad Odisha

ରାଜ୍ୟ

କ୍ରୀଡ଼ାପ୍ରେମୀ ରାମଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ; ପରୋପକାରୀ ଓ ସରଳ ହୃଦୟର ବ୍ୟକ୍ତି ଭାବେ ସ୍ମରଣୀୟ

ନିରାକାରପୁର, ୨୨/୧୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବିଶିଷ୍ଟ କ୍ରୀଡ଼ାପ୍ରେମୀ ତଥା ସମାଜସେବୀ ସ୍ୱର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରବିବାର ଗେଟ ବଜାରଠାରେ ଶ୍ରଦ୍ଧା ଓ ସମ୍ମାନର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ବକ୍ତାମାନେ ତାଙ୍କର ସ୍ମୃତିଚାରଣ କରିବା ସହ ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଅତ୍ୟନ୍ତ ସରଳ ହୃଦୟର ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ।ଜଗନ୍ନାଥ ସଂସ୍କୃତି ପ୍ରେମୀ ଡ. ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ସଭା ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ପୂର୍ବତନ ସରପଞ୍ଚ ହୃଷୀକେଶ ରାଉତରାୟ, ରାମଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ପୁରୋହିତ, ବିଇଞ୍ଚି ନାରାୟଣ ତ୍ରିପାଠୀ, ଯୁବନେତା ଶୁଭମ ଦାଶ ଏବଂ ସମାଜସେବୀ ଅପର୍ତ୍ତି ଜେନା ଓ ବିଧି ଭୁଷଣ ମହାରଣା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଅତିଥିମାନେ କହିଥିଲେ ଯେ ସ୍ୱର୍ଗତ ପ୍ରଧାନ କ୍ରୀଡ଼ା ଓ ସାମାଜିକ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ସର୍ବଦା ଅନ୍ୟମାନଙ୍କ ସୁଖଦୁଃଖରେ ଛିଡ଼ା ହେଉଥିଲେ। ତାଙ୍କର ଅବର୍ତ୍ତମାନ ନିରାକାରପୁର ଅଞ୍ଚଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଶେଷରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପୁତ୍ର ଭାଗିରଥି ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ମନୋଜ କୁମାର ପ୍ରଧାନ ଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ଦିଲ୍ଲୀପ କୁମାର ଖଣ୍ଡାୟତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *