Sambad Odisha

ରାଜ୍ୟ ଶିକ୍ଷା

କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସମ୍ପାନ

କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସମ୍ପାନ

‘ଓଡ଼ିଆ ଅସ୍ମିତା’ ସାଂପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ

( ପ୍ରାଚୀର ପତ୍ର ‘ ପ୍ରକୃତି ବାଣୀ ‘ ଲୋକାର୍ପିତ)

ଖୋର୍ଦ୍ଧା,୩/୨(ସମ୍ବାଦ ଓଡ଼ିଶା): ଭାଷା,ସାହିତ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ରତା ଆମ ଅସ୍ମିତାର ପରିଚୟ ପ୍ରତିପାଦନ କରେ। ଜଗନ୍ନାଥ ସଂସ୍କୃତି ପାଇଁ ଆଜି ଆମ ଓଡିଶା ବିଶ୍ଵ ବିଦିତ ବୋଲି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ଏକ ଦିବସୀୟ ଜାତୀୟ ସମ୍ପାନ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଆ ଅସ୍ମିତା’ ସାଂପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ଚକ୍ର ଓ ପ୍ରାଚୀର ପତ୍ର ‘ ପ୍ରକୃତି ବାଣୀ ‘ ଲୋକାର୍ପିତ ଉତ୍ସବରେ ଅଧକ୍ଷ ଡ ସୁଧାଂଶୁ ଶେଖର ମହାନ୍ତି ଅନୁଷ୍ଠିତ ଆଲୋଚନା ଚକ୍ରରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସଂଯୋଜନାରେ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାଷା ସାହିତ୍ୟର ବଳିଷ୍ଠ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ ପ୍ରଭାତ କୁମାର ସାହୁ ଓ ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ସିତାଂଶୁ ଭୁଷଣ ନନ୍ଦ ପ୍ରମୁଖ ଉପସ୍ଥିତି ରହି ଓଡ଼ିଆ ଅସ୍ମିତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଓଡ଼ିଆ ଅସ୍ମିତା ସମ୍ପର୍କରେ ନିବନ୍ଧ ପଠନ କରିଥିଲେ। ଅତିଥି ମାନଙ୍କ ଦ୍ବାରା ପ୍ରାଚୀର ପତ୍ର ‘ ପ୍ରକୃତି ବାଣୀ ‘ ଉନ୍ମୋଚିତ ହୋଇଥିଲା। ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର    ମଞ୍ଚ ପରିଚାଳନା କରିଥିବାବେଳେ

ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

 

admin

admin

About Author

Leave a comment

Your email address will not be published. Required fields are marked *