କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସମ୍ପାନ
‘ଓଡ଼ିଆ ଅସ୍ମିତା’ ସାଂପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ
( ପ୍ରାଚୀର ପତ୍ର ‘ ପ୍ରକୃତି ବାଣୀ ‘ ଲୋକାର୍ପିତ)
ଖୋର୍ଦ୍ଧା,୩/୨(ସମ୍ବାଦ ଓଡ଼ିଶା): ଭାଷା,ସାହିତ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ରତା ଆମ ଅସ୍ମିତାର ପରିଚୟ ପ୍ରତିପାଦନ କରେ। ଜଗନ୍ନାଥ ସଂସ୍କୃତି ପାଇଁ ଆଜି ଆମ ଓଡିଶା ବିଶ୍ଵ ବିଦିତ ବୋଲି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ଏକ ଦିବସୀୟ ଜାତୀୟ ସମ୍ପାନ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଆ ଅସ୍ମିତା’ ସାଂପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ଚକ୍ର ଓ ପ୍ରାଚୀର ପତ୍ର ‘ ପ୍ରକୃତି ବାଣୀ ‘ ଲୋକାର୍ପିତ ଉତ୍ସବରେ ଅଧକ୍ଷ ଡ ସୁଧାଂଶୁ ଶେଖର ମହାନ୍ତି ଅନୁଷ୍ଠିତ ଆଲୋଚନା ଚକ୍ରରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସଂଯୋଜନାରେ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାଷା ସାହିତ୍ୟର ବଳିଷ୍ଠ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ ପ୍ରଭାତ କୁମାର ସାହୁ ଓ ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ସିତାଂଶୁ ଭୁଷଣ ନନ୍ଦ ପ୍ରମୁଖ ଉପସ୍ଥିତି ରହି ଓଡ଼ିଆ ଅସ୍ମିତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଓଡ଼ିଆ ଅସ୍ମିତା ସମ୍ପର୍କରେ ନିବନ୍ଧ ପଠନ କରିଥିଲେ। ଅତିଥି ମାନଙ୍କ ଦ୍ବାରା ପ୍ରାଚୀର ପତ୍ର ‘ ପ୍ରକୃତି ବାଣୀ ‘ ଉନ୍ମୋଚିତ ହୋଇଥିଲା। ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ


ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

