ନୂତନ ପାଠ୍ୟପୁସ୍ତକ ପ୍ରଶିକ୍ଷଣ ଶିବିର ୧ମ ପର୍ଯ୍ୟାୟ ଉଦଯାପିତ।
ଖୋର୍ଦ୍ଧା,୨/୨(ସମ୍ବାଦ ଓଡ଼ିଶା):ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଟାଙ୍ଗି ଆନୁକୂଲ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟାଙ୍ଗି ପରିସରରେ ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା ୨୦୨୫ ଅନୁଯାୟୀ ୧ମ ଶ୍ରେଣୀ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ଓ ଶିକ୍ଷାଦାନ ସମ୍ପର୍କିତ ୧ମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ର ମୁଖ୍ୟ ଲକ୍ଷ୍ୟ ହେଉଛି ଭଲ ମଣିଷ ତିଆରି କରିବା । ତେଣୁ ଏହି ଦିଗରେ ଆଉ ଏକ ପାଦ ଆଗକୁ ଯାଇ ନୂତନ ପାଠ୍ୟକ୍ରମ ରୂପରେଖ ଭାରତୀୟ ଜ୍ଞାନ ପରମ୍ପରା, ଭାବଧାରା, ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ଗୁରୁକୁଳ ବୈଶିଷ୍ଟ୍ୟ, ନୂତନ ଦକ୍ଷତା ଭିତିକ ଶିକ୍ଷଣ, ପଞ୍ଚକୋଷ ର ବିକାଶ, ପଞ୍ଚପଦୀ ଶିକ୍ଷଣ ଇତ୍ୟାଦି ଉପରେ ପର୍ଯ୍ୟବେଶିତ । ଯାହା ଶିକ୍ଷାର୍ଥୀ ମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ପରି ମଣିଷଟିଏ ଗଢିତୋଳିବାରେ ସାହାଯ୍ୟ କରିବ ।୫ଦିନ ଵ୍ୟାପୀ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ରେ ମାଷ୍ଟର ସମ୍ବଳ ଶିକ୍ଷକ ଭାବେ ପ୍ରଶାନ୍ତ ମହାପାତ୍ର, ନୀଳାଦ୍ରି ସିଂହ, ବିଜୟ କୁମାର ସେଠୀ ଓ ସମରେଶୁ ବେହେରା କାର୍ଯ୍ୟକରିଥିବା ବେଳେ ସହକାରୀ ଦାୟିତ୍ୱ ଦେବାନନ୍ଦ ବେହେରା ଙ୍କ ସହିତ ବ୍ଲକ ର ବିଭିନ୍ନ କ୍ଳଷ୍ଟର ରୁ ୧୦୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଟାଙ୍ଗି ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଆଜିର ଅନ୍ତିମ ଅଧିବେଶନ ର ଉଦଯାପନୀ ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଟାଙ୍ଗି ସଞ୍ଜୁଲତା ବେହେରା, ଟାଙ୍ଗି କ୍ଳଷ୍ଟର ସିଆରସିସି ଦେବାନନ୍ଦ ବେହେରା ଏବଂ ଜୟମଙ୍ଗଳପୁର କ୍ଳଷ୍ଟର ସିଆରସିସି ରମେଶ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ରୁ ଗ୍ରହଣ କରିଥିବା ସମସ୍ତ ପାଠ୍ୟକ୍ରମ କୁ ବିଦ୍ୟାଳୟ ସ୍ତରରେ ଶତପ୍ରତିଶତ କାର୍ଯ୍ୟକାରୀ କରାଇବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଅତିଥି ମାନଙ୍କ ଦ୍ୱାରା ସମସ୍ତ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ର ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଉଦଯାପନୀ ସଭା କୁ ସମ୍ବଳ ଶିକ୍ଷକ ପ୍ରଶାନ୍ତ ମହାପାତ୍ର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳାବାଳା ଦେଈ, ନେବିଦିତା ସାହୁ, ପ୍ରଶାନ୍ତ ସାହୁ, ମୀନକେତନ ଦାସ,ପ୍ରଣତୀ ବେହେରା
ପ୍ରମୁଖ ସହଯୋଗ କରିଥିଲେ ।

