Sambad Odisha

ରାଜ୍ୟ

ସୀମାନ୍ତରୁ ୧୮ ଲ୍ୟାଣ୍ଡମାଇନ୍‌ ଜବତ

ସୀମାନ୍ତରୁ ୧୮ ଲ୍ୟାଣ୍ଡମାଇନ୍‌ ଜବତ

ବିଶ୍ରା,୧୦।୭(ସମ୍ବାଦ ଓଡ଼ିଶା): ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଓ ଖୁଣ୍ଟି ଜିଲ୍ଲା ପୁଲିସର ମିଳିତ ଅଭିଯାନ ଯୋଗୁ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ସୋମବାର ସୁରକ୍ଷାବାହିନୀ ଦ୍ଵାରା ଝାଡ଼ଖଣ୍ଡ ସୀମାନ୍ତ ଖୁଣ୍ଟି ଜିଲ୍ଲା ବନମାଗଡ଼ାର ଘଞ୍ଚଜଙ୍ଗଲରୁ ୧୮ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରାଯାଇଛି। ପ୍ରତ୍ୟେକ ଲ୍ୟାଣ୍ଡମାଇନ୍‌ର ଓଜନ ପ୍ରାୟ ତିନି କିଲୋଗ୍ରାମ ହେବ। ବିପୁଳ ପରିମାଣର ବିସ୍ଫୋରକ ଜବତହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ଜଙ୍ଗଲରେ ହିଁ ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି। ପଶ୍ଚିମ ସିଂହଭୂମ ଜିଲ୍ଲା ଏସ୍‌ପି ରାକେଶ ରଞ୍ଜନ କହିଛନ୍ତି ଯେ ଖୁଣ୍ଟି ଅଞ୍ଚଳରେ ନକ୍ସଲମାନେ ଲ୍ୟାଣ୍ଡମାଇନ ଲଗାଇଥିବା ଗୁପ୍ତ ସୂଚନା ମିଳିଥିଲା। ଜିଲ୍ଲା ପୁଲିସ ସହିତ ସିଆର୍‌ପିଏଫ୍‌ ୬୦ ବାଟାଲିୟନ ଓ ଝାଡ଼ଖଣ୍ଡ ଜାଗୁଆରର ଦଳ ଏହି ଅଭିଯାନରେ ସାମିଲ ହୋଇଥିଲେ।

admin

admin

About Author

Leave a comment

Your email address will not be published. Required fields are marked *