ମଳିପଡା: ଅଚିହ୍ନା ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର
ନିରାକାରପୁର,୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଡ ମଳିପଡା ଛକ ନିକଟରେ ଏକ ଗଛରେ ଜଣେ ଅଚିହ୍ନା ଯୁବକର ମୃତ ଦେହ ଝୁଲୁଥିବା ଆଜି କିଛି ସ୍ଥାନୀୟ ଲୋକ ଦିନ ୧୧ ଟା ବେଳେ ଦେଖିଥିଲେ। ସୂଚନାଯୋଗ୍ୟ କି ମଳିପଡା ରୁ ଦଲକ ଯିବା ରାସ୍ତାରେ କଡ଼ରେ ଥିବା ଏକ ଗଛରେ ଯୁବକ ଜଣକ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି। ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଖୋର୍ଦ୍ଧା ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ସୁଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।

