ଗୁରୁ ପୂର୍ଣିମା ସାଇନାଥ ଙ୍କ ନଗର ପରିକ୍ରମା
- ନିରାକାରପୁର,୯/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ):-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାଇ ପରିବାର ପକ୍ଷରୁ ଗୁରୁପୂର୍ଣିମା ଉତ୍ସବ ଅବସରରେ ଆଜି ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ କି ଜୁଲାଇ ୧୦ ତାରିଖ ପର୍ୟ୍ୟନ୍ତ ୩ ଦିନ ବ୍ୟାପୀ ସାଇ ମନ୍ଦିର ପ୍ରାଙ୍ଗଣରେ ଗୁରୁ ପୂର୍ଣ୍ଣମ। ଉତ୍ସବ ଅବସରରେ ପୂଜା ଅର୍ଚ୍ଚନା ଚାଲିଛି। ନଗର ପରିକ୍ରମା ସହ ୩ ଦିନ ବ୍ୟାପୀ ଉକ୍ତ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ରେ ଦୈନଦିନ ଶହ ଶହ ସାଇ ଙ୍କ ଶ୍ରଦ୍ଧାଳୁମାନେ ଆସି ସାଇ ଙ୍କ କୃପା ଲାଭ କରୁଛନ୍ତି। ଆଜି ନଗର ପରିକ୍ରମା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାଇ ଭକ୍ତ ମାନେ ବଜାର ପରିକ୍ରମା କରି ଥିଲେ। ଘଣ୍ଟା,ଘଣ୍ଟି ବଜାଇ ନାମ ସଙ୍କୀର୍ତ୍ତନ ସହିତ ହରିବୋଲ ହୁଳହୁଳି ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା

ଗୁରୁ ପୂର୍ଣିମା ସାଇନାଥ ଙ୍କ ନଗର ପରିକ୍ରମା 
।

