
ଜାହାନପୁରରେ ଜଘନ୍ୟ ହତ୍ୟାକାଣ୍ଡ
ଜଗତସିଂହପୁର,୧୦|୭(ସମ୍ବାଦ ଓଡ଼ିଶା) : ଜଗତସିଂହପୁର ଥାନା ଜାହାନପୁରରେ ଆଜି ସକାଳୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି | ମୃତକ ଜାହାନପୁର ଭୋଇ ସାହିର ରାଜା ଦାସ(୨୧) | ଆକ୍ରମଣକାରୀ ନିଜ ଦାଦା ହେଲା ସଞ୍ଜୟ ଦାସ(୪୫) | ସଞ୍ଜୟକୁ କାବୁ କରି ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରିବା ପରେ ଗଛରେ ବାନ୍ଧି ଦେଇଥିଲେ | ଖବର ପାଇ ଜଗତସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଞ୍ଜୟକୁ ଉଦ୍ଧାର କରି ନିଜ ହେପାଜତକୁ ଆଣିଥିଲା | ଏହା ପରେ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି |

