Sambad Odisha

ରାଜ୍ୟ ଶିକ୍ଷା

ପବିତ୍ର ଗୁରୁ ପୂର୍ଣ୍ଣିମାରେ ମା ବନଦୁର୍ଗା ଗୁରୁକୁଳମ୍ ଉଦ୍ ଘାଟିତ।

ପବିତ୍ର ଗୁରୁ ପୂର୍ଣ୍ଣିମାରେ ମା ବନଦୁର୍ଗା ଗୁରୁକୁଳମ୍ ଉଦ୍ଘା

ଟିତ।

ନିରାକାରପୁର: ୧୦/୦୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ ): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦ୍ଵାରା ମା ବନଦୁର୍ଗା ଗୁରୁକୁଳମ୍ ଉଦ୍ ଘାଟିତ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଶିକ୍ଷାବିତ୍ ଚକ୍ରଧର ତ୍ରିପାଠୀଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ ବେଦ ବିଦ୍ୟା ଅଧ୍ୟୟନ ଓ ବୈଦିକ ସଂସ୍କୃତି ପରମ୍ପରା ସୁରକ୍ଷା ଦ୍ବାରା ବିଶ୍ବର କଲ୍ୟାଣ, ଦେଶ ଓ ପରିବେଶର ସୁରକ୍ଷା, ସମାଜ ତଥା ବ୍ୟକ୍ତି ର ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ଭୌତିକ ବିକାଶ ହୋଇଥାଏ ବୋଲି ଅତିଥିମାନେ ମତ ଦେଇଥିଲେ । ସାମ୍ବାଦିକ ହିମାଂଶୁ ଭୁଷଣ ଚମ୍ପତିରାୟ, ମାନସ ଚନ୍ଦ୍ର ପଟ୍ଟନାୟକ ଅତିଥିଭାବେ ଯୋଗଦେଇଥିଲେ । ବେ. ମୂ. ସୀତାକାନ୍ତ ଦାଶଙ୍କୁ ଅଧ୍ୟାପକ ରୂପେ ନିଯୁକ୍ତି କରାଗଲା। ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ ଓ ବେଦ ବିଦ୍ୟାର୍ଥୀ ମାନେ ମନ୍ତ୍ର ଉଚ୍ଚାରଣ କରିଥିଲେ।।

admin

admin

About Author

Leave a comment

Your email address will not be published. Required fields are marked *