Sambad Odisha

ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ ଉଦଘାଟିତ: ଶବର ସ୍ପୋର୍ଟି କ୍ଲବ ଭୁବନେଶ୍ୱର ମଣିପୁର କୁ ୨-୦ ଗୋଲରେ ହରାଇ ବିଜୟୀ 

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ ଉଦଘାଟିତ: ଶବର ସ୍ପୋର୍ଟି କ୍ଲବ ଭୁବନେଶ୍ୱର ମଣିପୁର କୁ ୨-୦ ଗୋଲରେ ହରାଇ ବିଜୟୀ

ନିରାକାରପୁର,୨୩/୧୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଆଜି ଠାରୁ ଆରମ୍ଭ ହୋଇଛି ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜିର ଉଦଘାଟନୀ ମ୍ୟାଚରେ ଉଦଘାଟନ ଭାବେ କ୍ଷେତ୍ରବାସୀ ଡି ଏ ଭି କଲେଜ ଅଧ୍ୟକ୍ଷା କାଦମ୍ବିନୀ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ରାମ ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବେ କ୍ରୀଡା ସଂସଦ ସଭାପତି ବିପିନ କୁମାର ଜୟସିଂହ, ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ଜେନା, ସମିତି ସଭ୍ୟା ଲୋପାମୁଦ୍ରା ଦାଶ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଉଦଘାଟନୀ ମ୍ୟାଚ୍ ଶବର ସ୍ପୋର୍ଟି କ୍ଲବ, ଭୁବନେଶ୍ୱର ଓ ଏଫ୍ ଏ ଏ କ୍ଳବ୍, ମଣିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ଏଥିରେ ମଣିପୁର ଦଳକୁ ୨-୦ ରେ ହରାଇ ଭୁବନେଶ୍ୱର ଶବର ସ୍ପୋର୍ଟି କ୍ଲବ ବିଜୟୀ ହୋଇଛି । ଆଜିର ଖେଳକୁ ସନ୍ଦୀପ ଦାସ, ପ୍ରିୟବ୍ରତ ବାହିନୀପତି, ମିକୁନ ମହାନ୍ତି, ଅଭିନାସ ପଟ୍ଟନାୟକ, ଅକ୍ଷୟ କୁମାର ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ହୃଦାନନ୍ଦ ମହତରାୟ ଓ ଭୀମସେନ ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଶବର କ୍ଲବର ୬ ନମ୍ବର ଜର୍ସି ଙ୍କୁ କେଦାର ଜୟସିଂହ ମେମୋରିଆଲ ଟ୍ରଫି ଅତିଥି ମାନେ ପ୍ରଦାନ କଲେ। ମଞ୍ଚ ପରିଚାଳକ ଭାବେ କମଳ ଲୋଚନ ପ୍ରଧାନ ଓ ରିତା ଖୋଲୋ କାର୍ଯ୍ୟ ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ଉପସଭାପତି ପ୍ରକାଶ କୁମାର ବଳିଆରସିଂହ, ମାନସ ଚନ୍ଦ୍ର ପଟ୍ଟନାୟକ ,କୋଷାଧ୍ୟକ୍ଷ ହରିହର ସିଂହ, ଉପଦେଷ୍ଟା ମହେଶ୍ୱର ବେହେରା , ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର,ହିମାଂଶୁ ଭୁଷଣ ଚମ୍ପତିରାୟ, ଲଛମନ ନାୟକ, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ପ୍ରଧାନ, ସହ କୋଷାଧ୍ୟକ୍ଷ ପ୍ରସାଦ ଦାସ, ଉପଦେଷ୍ଟା ଅଜୟ କୁମାର ହରିଚନ୍ଦନ, ବଧୂ ଭୁଷଣ ମହାରଣା ଓ ରମେଶ ଚନ୍ଦ୍ର ପ୍ରଧାନ , କ୍ୟାପଟେନ ଚିତ୍ତରଞ୍ଜନ ମହାରଣା , କାର୍ତ୍ତିକ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ଏସ ପି ଏମ୍ ବିଶାଖାପାଟଣା ବନାମ ପପୁଲାର ଫୁଟବଲ କ୍ଲବ ,ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ।

admin

admin

About Author

Leave a comment

Your email address will not be published. Required fields are marked *