ଆଜିଠାରୁ ସର୍ବଭାରତୀୟ ସଖା ସଂଘ ଫୁଟବଲ ଟୁର୍ଣ୍ଣାମେଣ୍ଟ
ନିରାକାରପୁର,୨୩/୧୨( ସମ୍ବାଦ ଓଡ଼ିଶା)
: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚଳିତ ବର୍ଷ ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ସର୍ବଭାରତୀୟ ସ୍ତରର ବିଭିନ୍ନ ବଛା ବଛା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଆଜିର ଉଦଘାଟନୀ ମ୍ୟାଚ୍ ଏଫ ଏଫ୍ ଏ ମଣିପୁର ବନାମ ଶବର ସ୍ପୋଟିଂ ଭୁବନେଶ୍ୱର, ୨୪ ତାରିଖରେ ଏସ ପି ଏମ୍ ବିଶାଖାପାଟଣା ବନାମ ପପୁଲାର ଫୁଟବଲ କ୍ଲବ ,ଢେଙ୍କାନାଳ, ୨୫ ତାରିଖରେ ସେଞ୍ଚୁରିଆନ ଫୁଟବଲ କ୍ଲବ, ନାଇଜେରିଆ ବନାମ ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ, ୨୬ ତାରିଖରେ ହିନ୍ଦୁସ୍ଥାନ ହିରୋସ ଫୁଟବଲ କ୍ଲବ, କଲିକତା ଓ ସି ଭି ରମଣ ଆଫ୍ରିକିଆନ ପ୍ରମୁଖ ଦଳ ଖେଳିବା ନିମନ୍ତେ ସ୍ଵୀକୃତି ପ୍ରଦାନ କରିଥିବା ଜଣାପଡିଛି। ୨୭ ତାରିଖରେ ପ୍ରଥମ ସେମିଫାଇନାଲ, ୨୮ ତାରିଖରେ ଦ୍ୱିତୀୟ ସେମିଫାଇନାଲ ଓ ୨୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରାଯାଇଛି।

