Sambad Odisha

ଖେଳ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଏସ ପି ଏମ୍ ବିଶାଖାପାଟଣା ୩-୨ ଗୋଲରେ ପପୁଲାର ଫୁଟବଲ ଢେଙ୍କାନାଳ କୁ ହରାଇ ବିଜୟୀ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଏସ ପି ଏମ୍ ବିଶାଖାପାଟଣା ୩-୨ ଗୋଲରେ ପପୁଲାର ଫୁଟବଲ ଢେଙ୍କାନାଳ କୁ ହରାଇ ବିଜୟୀ

ଖୋର୍ଦ୍ଧା୨୪/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ଦିବସ ମ୍ୟାଚରେ ଏସ ପି ଏମ୍ ବିଶାଖାପାଟଣା ବନାମ ପପୁଲାର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ଏସ ପି ଏମ୍ ବିଶାଖାପାଟଣା ୩-୨ ଗୋଲରେ ପପୁଲାର ଫୁଟବଲ ଢେଙ୍କାନାଳ କୁ ହରାଇ ବି ବିଜୟୀ ହୋଇଛି ।ଆଜି ଅତିଥି ଭାବେ ବରିଷ୍ଠ ବିଜେପି କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ, ବିଶିଷ୍ଟ ସମାଜସେବୀ ସନ୍ତୋଷ କୁମାର ନାୟକ, ବରିଷ୍ଠ ଜ୍ୟୋତିର୍ବିଦ ଅଶୋକ କୁମାର ମହାପାତ୍ର,   ବିଜେପି ନେତା କେଳୁ ଚରଣ ଜଗଦେବ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ , ସଂଘ୍ ସଭାପତି ବିପିନ କୁମାର ଜୟସିଂହ, ସମ୍ପାଦକ ଭାଗିରଥି ପ୍ରଧାନ, ନାରୀ ନେତ୍ରୀ ସଂଯୁକ୍ତ ମିଶ୍ର, ଯୁବନେତା ଲକ୍ଷ୍ମୀକାନ୍ତ ପ୍ରଧାନ ଓ କ୍ରୀଡା ସଂସଦ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେ ବିଶାଖାପାଟଣା ଦଳର ଜର୍ସି ନମ୍ବର ୧୦ ଧନୁଷ ଙ୍କୁ କେଦାର ଜୟସିଂହ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଆଜି ଶ୍ୟାମ ସୁନ୍ଦର ପଟ୍ଟନାୟକ , ପ୍ରକାଶ କୁମାର ବଳିଆରସିଂହ, ହରିହର ସିଂହ, ବରିଷ୍ଠ ଉପଦେଷ୍ଟା ମହେଶ୍ୱର ବେହେରା, ଦୀପକ କୁମାର ପ୍ରଧାନ,ହିମାଂଶୁ ଭୁଷଣ ଚମ୍ପତିରାୟ, ଉମେଶ ଚନ୍ଦ୍ର ମିଶ୍ର, ଅଜୟ କୁମାର ହରିଚନ୍ଦନ, ମାନସ ଚନ୍ଦ୍ର ପଟ୍ଟନାୟକ, ଓ ପ୍ରସାଦ ଦାସ, ଦିଗମ୍ବର ବଳିଆରସିଂହ , ପ୍ରଦୀପ୍ତ କୁମାର ଷଡଙ୍ଗୀ , ଚିତ୍ତରଞ୍ଜନ ମହାରଣା ଓ କାର୍ତ୍ତିକ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।ଆସନ୍ତା କାଲିର ଖେଳ ସେଞ୍ଚୁରିଆନ ଫୁଟବଲ କ୍ଲବ, ନାଇଜେରିଆ ବନାମ ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ, ମଧ୍ୟରେ ଅନୁଷ୍ଠିତ ହେବ।

admin

admin

About Author

Leave a comment

Your email address will not be published. Required fields are marked *