Sambad Odisha

ଖେଳ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ ସେଞ୍ଚୁରିଆନ ଫୁଟବଲ କ୍ଲବ, ନାଇଜେରିଆକୁ ହରାଇ ୪-୨ ରେ ବିଜୟୀ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ  ୪-୨ ରେ ବିଜୟୀ

ନିରାକାରପୁର,୨୫/୧୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ତୃତୀୟ ଦିବସ ମ୍ୟାଚରେ ସେଞ୍ଚୁରିଆନ ଫୁଟବଲ କ୍ଲବ, ନାଇଜେରିଆ ବନାମ ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ଖେଳ ଶେଷ ପର୍ଯ୍ୟନ୍ତ ୨-୨ ଗୋଲ ସ୍କୋର ରେ ବରାବର ହେବା ପରେ ଟ୍ରାଇବ୍ରେକର ର ସାହାଯ୍ୟ ନିଆଯାଇଥିଲା।ଏଥିରେ ସେଞ୍ଚୁରିଆନ ଫୁଟବଲ କ୍ଲବ, ନାଇଜେରିଆ କୁ ୪-୨ ଗୋଲରେ ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ ହରାଇ ବିଜୟୀ ହୋଇଛି । ଆଜିର ଖେଳକୁ ମିକୁନ୍ ମହାନ୍ତି, ପ୍ରିୟବ୍ରତ ବାହିନୀପତି, ସାଇରାମ କିସ୍କୋ , ଅଭିନାଶ ପଟ୍ଟନାୟକ, ଅକ୍ଷୟ କୁମାର ପଟ୍ଟନାୟକ ,ହୃଦାନନ୍ଦ ମହତରାୟ,ଓମ ପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଆଜି ସଂଘ ସଭାପତି ବିପିନ କୁମାର ଜୟସିଂହଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଧରଣୀଧର ନନ୍ଦ, ମୁଖ୍ୟ ବକ୍ତା ଭାବେ ପ୍ରବକ୍ତା ଡ଼ ପୁର୍ଣ ଚନ୍ଦ୍ର ଦାଶ, ବିଶିଷ୍ଟ ଅତିଥିଭାବେ ସମାଜସେବୀ ଦେବରାଜ ବରିସଲ ,ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ଡ ସଞ୍ଜୟ କୁମାର ମହାପାତ୍ର, ସମ୍ମାନୀତ ଜ୍ୟୋତିର୍ବିଦ ଅଶୋକ କୁମାର ମହାପାତ୍ର , ଲଳିତ କବି ଡ ଆର୍ତ୍ତତ୍ରାଣ ସାହୁ , ରାମ ଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀ , ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି,ମୟୁଖ ରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ , ରାଜେନ୍ଦ୍ର କୁମାର ମିଶ୍ର ଓ କ୍ରୀଡା ସଂସଦ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେ ଉଭୟ ଦଳର ପ୍ରିତମ ଓ ନିଖିଲଙ୍କୁ କେଦାର ଜୟସିଂହ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ । ଆଜି ଶ୍ୟାମ ସୁନ୍ଦର ପଟ୍ଟନାୟକ , ପ୍ରକାଶ କୁମାର ବଳିଆରସିଂହ, ହରିହର ସିଂହ, ବରିଷ୍ଠ ଉପଦେଷ୍ଟା ମହେଶ୍ୱର ବେହେରା, ଦୀପକ କୁମାର ପ୍ରଧାନ,ହିମାଂଶୁ ଭୁଷଣ ଚମ୍ପତିରାୟ, ଉମେଶ ଚନ୍ଦ୍ର ମିଶ୍ର, ଅଜୟ କୁମାର ହରିଚନ୍ଦନ , ପ୍ରସାଦ ଦାସ, ଦିଗମ୍ବର ବଳିଆରସିଂହ , ଈଶ୍ୱର ଚନ୍ଦ୍ର ଜେନା, ପ୍ରଦୀପ୍ତ କୁମାର ଷଡଙ୍ଗୀ , ଚିତ୍ତରଞ୍ଜନ ମହାରଣା ଓ କାର୍ତ୍ତିକ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।ଆସନ୍ତା କାଲିର ଖେଳ ହିନ୍ଦୁସ୍ଥାନ ହିରୋସ୍ ଫୁଟବଲ କ୍ଲବ, କଲିକତା ଓ ସିଭି ରମଣ ଆଫ୍ରିକାନ ମଧ୍ୟରେ ଅନୁଷ୍ଠିତ ହେବ।
admin

admin

About Author

Leave a comment

Your email address will not be published. Required fields are marked *