Sambad Odisha

ଖେଳ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୧-୦ ଗୋଲରେ ସେମିକୁ ଉନ୍ନୀତ  

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୧-୦ ଗୋଲରେ ସେମିକୁ ଉନ୍ନୀତ  

ଖୋର୍ଦ୍ଧା,୨୬/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଚତୁର୍ଥ ଦିବସ ମ୍ୟାଚରେ ହିନ୍ଦୁସ୍ଥାନ ହିରୋସ୍ ଫୁଟବଲ କ୍ଲବ, କଲିକତା ଓ ସିଭି ରମଣ ଆଫ୍ରିକିଆନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇ ଥିବାବେଳେ ହିନ୍ଦୁସ୍ଥାନ ହିରୋସ୍ ଫୁଟବଲ କ୍ଲବ, କଲିକତାକୁ ୧-୦ ଗୋଲରେ ସିଭି ରମଣ ଆଫ୍ରିକାନ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ବିଜୟ କୁମାର ମଙ୍ଗରାଜ, ପ୍ରିୟବ୍ରତ ବାହିନୀପତି, ସାଇରାମ କିସ୍କୋ , ଅଭିନାଶ ପଟ୍ଟନାୟକ, ଅକ୍ଷୟ କୁମାର ପଟ୍ଟନାୟକ ,ହୃଦାନନ୍ଦ ମହତରାୟ,ଓମ ପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଆଜି ସଂଘ ସଭାପତି ବିପିନ କୁମାର ଜୟସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଡାକ୍ତର ସିଦ୍ଧାର୍ଥ ଦାଶ, ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠାତା ସୁଧୀର ମାନସିଂହ, ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ , ଜଂକିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା , ବିଶିଷ୍ଟ ସମାଜସେବୀ ଜାନକୀ ମହପାତ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ, କଳିଙ୍ଗ ଭେଟ୍ରାନ ଆସୋସିଏସନ୍ ର ସମ୍ପାଦକ ବିପିନ୍ ବିହାରୀ ମାନସିଂହ, ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ, ଦୋଛିଆଁ ସରପଂଚ ବନମାଳୀ ରାଉତରାୟ ଓ କଦୁଆଘଟ ସରପଂଚ ଦୁଃଶାସନ ସ୍ୱାଇଁ, ଯୁବନେତା ଅଜୟ କୁମାର ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେ ଉଭୟ ଦଳର ଦୁଇଜଣ ଖେଳାଳିଙ୍କୁ କେଦାର ଜୟସିଂହ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ ।କୁମାରୀ ମେଘନା ବଳିଆରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ଧାନବାଦ ଫୁଟବଲ ଏକାଡେମୀ , ଝାଡ଼ଖଣ୍ଡ ଓ ସିଭି ରମଣ ଆଫ୍ରିକାନ ମଧ୍ୟରେ ଅନୁଷ୍ଠିତ ହେବ

admin

admin

About Author

Leave a comment

Your email address will not be published. Required fields are marked *