Sambad Odisha

ଖେଳ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୪-୧ ଗୋଲରେ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲକୁ ପ୍ରବେଶ 

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୪-୧ ଗୋଲରେ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲକୁ ପ୍ରବେଶ

ଖୋର୍ଦ୍ଧା,୨୭/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ସେମିଫାଇନାଲରେ ଟ୍ରାଇବେକର ଜରିଆରେ ସିଭି ରମଣ ଆଫ୍ରିକିଆନକୁ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲରେ ପ୍ରବେଶ କରିଛି। ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇ ଥିବାବେଳେ ଖେଳ ଶେଷ ପର୍ଯ୍ୟନ୍ତ କେହି କାହା ଉପରେ ଗୋଲ ସ୍କୋର କରିବାରେ ସଫଳ ହୋଇ ପାରି ନଥିଲେ। ଆଜିର ଖେଳକୁ ସେକାୱାତ ଅଲ୍ଲୀ ଖାଁ, ପ୍ରିୟବ୍ରତ ବାହିନୀପତି, ସାଇରାମ କିସ୍କୋ , ଅଭିନାଶ ପଟ୍ଟନାୟକ, ଅକ୍ଷୟ କୁମାର ପଟ୍ଟନାୟକ ,ହୃଦାନନ୍ଦ ମହତରାୟ,ଓମ ପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଆଜି ସଂଘ ସଭାପତି ବିପିନ କୁମାର ଜୟସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଶିଷ୍ଟ ଅତିଥି ଭାବେ ଡାକ୍ତର ଅଂଶୁମାନ ରାୟ, ବିଶିଷ୍ଟ ଅତିଥି ଭାବେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ , ସରପଂଚ ସୌରଭ କୁମାର ଦାସମହାପାତ୍ର, ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନରେନ୍ଦ୍ର, ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ବାଳ, ଟାଙ୍ଗୀ ବ୍ଲକ ଛାତ୍ର ବିଜେଡ଼ି ସଭାପତି ଅନିଲ କୁମାର ସେନାପତି, ବିଜେଡି ନେତା ପବିତ୍ର କୁମାର ପାଇକରାୟ, କ୍ରୀଡା ସଂସଦ ସମ୍ପାଦକ ଭାଗିରଥି ପ୍ରଧାନ, କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ପ୍ରଧାନ ଓ ବରିଷ୍ଠ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେ ଉଭୟ ଦଳର ଦୁଇଜଣ ଖେଳାଳିଙ୍କୁ କେଦାର ଜୟସିଂହ ସ୍ମୃତି ଓ ସ୍ବର୍ଗତ। ପ୍ରମିଳା ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ମଞ୍ଚ ପରିଚାଳନା କରିଥିଲେ ।କୁମାରୀ ମେଘନା ବଳିଆରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅର୍ବାନ ଢ଼ାବା ଓ ଚୁମୁକି ଅଳଂକାର ଦ୍ଵାରା ଏକ ମାଗଣା ଲଟେରୀ ମଧ୍ୟରେ ଦୁଇଟି ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା। ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲ ଶବର ସ୍ପୋଟିଂ, ଭୁବନେଶ୍ୱର ଓ ଏସପିଏମ ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହେବ।

admin

admin

About Author

Leave a comment

Your email address will not be published. Required fields are marked *