Sambad Odisha

ଖେଳ ମନୋରୋଜନ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱରକୁ ୫-୩ ରେ ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ଚାମ୍ପିଅନ  

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱରକୁ ୫-୩ ରେ ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ଚାମ୍ପିଅନ 

ନିରାକାରପୁର,୨୯/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚରେ ଟ୍ରାଇବେକର ଜରିଆରେ ଭୁବନେଶ୍ୱର ଶବର ସ୍ପୋଟିଂ କ୍ଳବକୁ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ୫-୩ ଗୋଲରେ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଖେଳରେ ପ୍ରଥମାର୍ଦଧ ଓ ଦିତୀୟ।ର୍ଦ୍ଧ ଖେଳ ବହୁ ସଂଘର୍ଷ ପୂର୍ଣ୍ଣ ହୋଇ ଥିବାବେଳେ ଶେଷ ସୁଦ୍ଧା ୧-୧ ଗୋଲରେ ଅମିମାଂସିତ ରହିଥିଲା। ଫଳରେ ରେଫରି ଟ୍ରାଇବେକର ହେବା ପାଇଁ ନିଷ୍ପତି ନେଇଥିଲେ। ଆଜିର ଖେଳକୁ ଅଭିନାଶ ପଟ୍ଟନାୟକ, ରମେଶ ଚନ୍ଦ୍ର ପାଇକରାୟ,ସାଇରାମ କିସ୍କୋ , ପ୍ରିୟବ୍ରତ ବାହିନୀପତି, ଅକ୍ଷୟ କୁମାର ପଟ୍ଟନାୟକ ,ହୃଦାନନ୍ଦ ମହତରାୟ, ଭୀମସେନ ବିଶ୍ବାଳ ଓମ ପ୍ରକାଶ ମିଶ୍ର , ଗୋଲି ଜଜ ଭାବେ ଶିକ୍ଷକ ରମାକାନ୍ତ ପୁରୋହିତ ଓ ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଆଜି ସଂଘ ସଭାପତି ବିପିନ କୁମାର ଜୟସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ପ୍ରଧାନ ବିବରଣୀ ପାଠ କରିଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ଓଡ଼ିଶା ପାଇକ ସଂଘ ସଭାପତି ପ୍ରକାଶ କୁମାର ଶ୍ରୀଚନ୍ଦନ, ବିଶିଷ୍ଟ ଅତିଥି ଭାବେପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚ଼ନ୍ଦ୍ର ମହାପାତ୍ର , ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଡ ସଞ୍ଜୟ କୁମାର ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବେ ଡ ପୂର୍ଣ୍ଣଚନ୍ଦ୍ର ଦାଶ , ଜାତୀୟ ଖେଳାଳୀ ଦେବାଶିଷ ନାଏକ , ସମାଜସେବୀ ପ୍ରତାପ କୁମାର ସ୍ବାଇଁ , ମ୍ୟାନେଜର ସମାଜସେବୀ ଭରତ କୁମାର ପ୍ରଧାନ ଓ ସମାଜସେବୀ ସ୍ଵପ୍ବେଶ୍ୱର୍ ଜୟସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ରନର୍ଷ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ଅନୀୟ କୁମାର ଛୋଟରାୟ , ଶ୍ରୀପତି ହେମ୍ରମ ,ଶୁଶ୍ରୀ ମେଘନା ବଳିୟାର ସିଂହ ପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ଉପସଭାପତି ପ୍ରକାଶ କୁମାର ବଳିଆରସିଂହ, ପ୍ରଦୀପ୍ତ କୁମାର ଷଡଙ୍ଗୀ, ମାନସ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଭାଗିରଥି ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ପ୍ରଧାନ, କୋଷାଧ୍ୟକ୍ଷ ହରିବନ୍ଧୁ ସିଂହ, ବରିଷ୍ଠ ଉପଦେଷ୍ଟା ମହେଶ୍ୱର ବେହେରା, ରବୀନ୍ଦ୍ର କୁମାର ରାଉତରାୟ,  ସହ କୋଷାଧ୍ୟକ୍ଷ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, ହିମାଂଶୁ ଭୁଷଣ ଚମ୍ପତିରାୟ, ଲଛମନ ନାୟକ,  ଚିତ୍ତରଞ୍ଜନ ବେହେରା, କାର୍ତ୍ତିକ ସାମନ୍ତରାୟ, ଚିତ୍ତରଞ୍ଜନ ମହାରଣା, ଅଜୟ କୁମାର ହରିଚନ୍ଦନ, ଈଶ୍ୱର ଚନ୍ଦ୍ର ଜେନା ଓ ବିଭୂତି ଭୂଷଣ ଦାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
admin

admin

About Author

Leave a comment

Your email address will not be published. Required fields are marked *