Sambad Odisha

ରାଜ୍ୟ ଶିକ୍ଷା

ମାଉଣ୍ଟ ଲିଟେରା ଜି ସ୍କୁଲ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ  ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ ସୂର୍ଯ୍ୟ ଭଳି ନିଜକୁ ଜାଳିବାକୁ ପଡ଼ିବ

ମାଉଣ୍ଟ ଲିଟେରା ଜି ସ୍କୁଲ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ

 

 ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ ସୂର୍ଯ୍ୟ ଭଳି ନିଜକୁ ଜାଳିବାକୁ ପଡ଼ିବ

ଖୋର୍ଦ୍ଧା, ୭/୧( ସମ୍ବାଦ ଓଡ଼ିଶା): ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଓ ଉଜ୍ଜଳମୟ ଭବିଷ୍ୟତ ପାଇଁ ସୂର୍ଯ୍ୟ ଭଳି ନିଜକୁ ଜାଳିବାକୁ ପଡ଼ିବ । ଶିକ୍ଷା ହେଉଛି ଜୀବନର ଆଲୋକ”ଏହି ମନ୍ତ୍ରକୁ ନେଇ ମାଉଣ୍ଟ ଲିଟେରା ଜି ସ୍କୁଲ ସଦା ଛାତ୍ରଛାତ୍ରୀମାନଙ୍କ ସମଗ୍ର ବିକାଶ ପାଇଁ କାମ କରିଆସୁଛି।ବିଦ୍ୟାଳୟ ପରିଚୟ ମାଉଣ୍ଟ ଲିଟେରା ଜି ସ୍କୁଲ ହେଉଛି ଏକ ଆଧୁନିକ ଓ ନୂତନ ଶିକ୍ଷା ପ୍ରଣାଳୀର ପ୍ରତୀକ, ଯେଉଁଠି ଶିକ୍ଷା ସହ ସଂସ୍କାର, ସୃଜନଶୀଳତା ଓ ନୈତିକ ମୂଲ୍ୟବୋଧକୁ ସମାନ ଗୁରୁତ୍ୱ ଦିଆଯାଏ।ଛାତ୍ରଛାତ୍ରୀମାନେ ନୃତ୍ୟ, ଗୀତ, ନାଟକ ଓ ଯୋଗାଭ୍ୟାସ ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି ବୋଲି ଉପସ୍ଥିତ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଠାରେ ପ୍ରତିଷ୍ଠିତ ମାଉଣ୍ଟ ଲିଟେରା ଜି ସ୍କୁଲ ର ବାର୍ଷିକ ଉତ୍ସବ ଉମଙ୍ଗର ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରାମଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଓଡିଆ ଦୈନିକ ଖବରକାଗଜ ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସଂମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗଦେଇଥିବା ବେଳେମୂଖ୍ୟ ବକ୍ତା ଭାବରେ ଅଧ୍ୟାପକ ଡଃ ମୃତ୍ୟୁଜଂୟ ରଥ,ବିଶିଷ୍ଟ ଅତିଥି ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ଦାଶ,ସମ୍ମାନୀତ ଅତିଥି ଶିକ୍ଷାବିତ ପଦ୍ମନାଭ ବିଶ୍ୱାଳ,,ଟାଗିଂ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନ ଓ ସ୍କୁଲର ନିର୍ଦ୍ଦେଶକ ଭୀଷ୍ମ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସ୍ବାଗତ ଭାଷଣ ମିସ ରାଜ ନନ୍ଦିନୀ ରାଉତ ଦେଇଥିବାବେଳେ ସ୍କୁଲ ପ୍ରିନ୍ସିପାଲ ପ୍ରଦୋଷ କୁମାର ବିଶ୍ବାଳ ବାର୍ଷିକ ବିବରଣୀ ପାଠ କରିଥିଲେ ।ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ମାନୀତ କରିଥିଲେ।।ଶେଷରେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସାସ୍କୃତିକ କାର୍ଯ୍ୟକ୍ରମ କୁ ଶୀତୁଆ ସଂନ୍ଧ୍ୟାରେ ଅତିଥି ଅଭିଭାବକ, ଅଭିଭାବିକା ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମନୋଭରୀ ଉପଭୋଗ କରିଥିଲେ। ଶେଷରେ ସ୍କୁଲ ଭାଇସ ପ୍ରିନ୍ସିପାଲ ପ୍ରିଜୀ ବାବୁ ଧନ୍ୟବାଦ୍ ଅର୍ପଣ କରିଥିଲେ

admin

admin

About Author

Leave a comment

Your email address will not be published. Required fields are marked *