ଏକାଠି ହେଲେ ୨୦୦୪ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ
ନିରାକାର ପୁର,୨୮/୧୨(ସମ୍ବାଦ ଓଡ଼ିଶା): ଖୋରଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ର ୨୦୦୪ ମସିହା ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସ୍ଥାନୀୟ କାଶିପୁର ଭୈରବୀଙ୍କ ପୀଠ ରେ ଆୟୋଜିତ ହୋଇଯାଇଛି । ସମର୍ପଣ ଭାବନା ରଖି କର୍ମକ୍ଷେତ୍ରରେ କାର୍ଯ୍ୟକରିବା ସହିତ ସେବା ମନୋଭାବ ରଖି ବନ୍ଧୁର ଅସୁବିଧା ସମୟରେ ସମସ୍ତେ ଛିଡ଼ା ହେବାକୁ ଆହ୍ବାନ ଦିଆଯାଇଥିଲା।ଅନୁଭୂତି କଥନରେ ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଛାତ୍ରଛାତ୍ରୀମାନେ ।ଛାତ୍ରଛାତ୍ରୀମାନେ ଏକାଠି ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବେଶ ଊତ୍ସାହିତ ଥିବାର ଜଣାପଡୁଥିଲା ।ପ୍ରତ୍ୟେକ ବର୍ଷ ଏହିପରି କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଶେଷରେ ଛାତ୍ରଛାତ୍ରୀ ମାନେ ନୈଷ୍ୟ ଭୋଜିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଲିଟୁ, ହାପି, ମାନୁ, ପହଲି, ସମ୍ବିତ, ରଘୁ ଓ ମହି ପ୍ରମୁଖଙ୍କ ସମେତ ଅନ୍ୟ ବନ୍ଧୁମାନେ ସହଯୋଗ କରିଥିଲେ।

