Sambad Odisha

ରାଜ୍ୟ ଶିକ୍ଷା

ବୁଲିଲା ଶିକ୍ଷା ସଚେତନତା ରଥ

ବୁଲିଲା ଶିକ୍ଷା ସଚେତନତା ରଥ

ନିରାକାରପୁର,୯/୪(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ଲାଳିତପାଟପୁର ଓ ରାମେଶ୍ବର କ୍ଲଷ୍ଟରେ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନେ ନାମ ଲେଖାଇ ପାଠ ପଢିବାକୁ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ସରକାର ଖଡିଛୁଆଁ ଏବଂ ପ୍ରବେଶ ଉତ୍ସବ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଟାଙ୍ଗୀ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଛି। ଟାଙ୍ଗୀ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ନିର୍ଦ୍ଦେଶ ଅନୁସାରେ ଏକ ଶିକ୍ଷା ସଚେତନତା ରଥ ବିଭିନ୍ନ ବିଦ୍ୟାଳୟ ଏବଂ ଗ୍ରାମ ପରିକ୍ରମା କରିଛି। ଏଥି ସହିତ ବିଭିନ୍ନ ବିଦ୍ୟାଳୟରେ ଏହି ଶିକ୍ଷା ସଚେତନତା ରଥକୁ ପୂଜାର୍ଚ୍ଚନା କରାଯାଇଥିଲା। ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶିକ୍ଷା ସଚେତନତା ରାଲିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସି ଆର ସି ସି, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ଅନୁରୂପ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚିତ୍ରକୂଟବିହାର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ପଟ୍ଟନାୟକ ଏହି ଶିକ୍ଷା ସଚେତନତା ରଥକୁ ସ୍ବାଗତ କରିଥଲେ। ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ସହକାରୀ ଶିକ୍ଷକ ସଚିତ୍ରା କୁମାର ପାଇକରାୟ, ନମିତା ଭଡ ସି ଆର ସି ସି ଶ୍ରୀଯୁକ୍ତ ମଳୟ କୁମାର ମଙ୍ଗରାଜ ,ଶିକ୍ଷକ ନେତା ଶ୍ରୀଯୁକ୍ତ ଅମର କୁମାର ଜୟସିଂହ ଉପସ୍ଥିତ ରହି ସ୍ବାଗତ ଜଣାଇ ବା ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତ ମାଧ୍ୟମରେ ସ୍ବାଗତ କରାଯାଇ ଥିଲା।

admin

admin

About Author

Leave a comment

Your email address will not be published. Required fields are marked *