ନିରାକାରପୁର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ବଳିଦାନ ଦିବସ ପାଳିତ
ଖୋର୍ଦ୍ଧା,୩୦/୧(ସମ୍ବାଦ ଓଡ଼ିଶା) : ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରାହୁଳହଜ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ଶ୍ରଦ୍ଧାମୟ ପରିବେଶରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ସଦଭାବନା ପଦଯାତ୍ରା ରେଳ ଷ୍ଟେସନ ଠାରୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ସ୍ଥଳ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବାବେଳେ, ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଜଣାଯାଇଥିଲା। ବିଶିଷ୍ଟ ପ୍ରବକ୍ତା ତଥା ସାହିତିକ୍ୟ ଡଃ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ଦେଶସେବାର ଆଦର୍ଶକୁ ସ୍ମରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମାଜସେବୀକା ସୁରେଖା ଦାଶ, ସହଯୋଗ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ,ସାମ୍ବାଦିକ ଦୀପକ ପ୍ରଧାନ, ବିକ୍ରମ କେଶରୀ ସାହୁ, ବିଭୁତି ଭୂଷଣ ଦାଶ, ବୈନତେୟ ନାରାୟଣ ଦାଶ,ପାର୍ଥ ନାରାୟଣ ଦାଶ, ତେଜସ୍ୱିନୀ ଦାଶ, ପ୍ରଜ୍ଞା ଷଡ଼ଙ୍ଗୀ, ଇନ୍ଦିରା ପ୍ରିୟଦର୍ଶିନୀ ଦାଶ, ଗୋବିନ୍ଦ ଚନ୍ଦ୍ର ବିଶୋଇ, ନାଗେଶ୍ୱରୀ ପ୍ରଧାନଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ।ଗାନ୍ଧୀଜୀଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବପିଢ଼ି ଅନୁସରଣ କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

