ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଆଫ୍ରିକା ୫-୪ ରେ ଫାଇନାଲରେ ପ୍ରବେଶ
ଖୋର୍ଦ୍ଧା,୩୦/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଛଣଗିରି ଖେଳ ପଡିଆରେ ଛଣଗିରି ପଂଚାୟତ ଆଞ୍ଚଳିକ ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଚତୁର୍ଥ ବାର୍ଷିକ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ୍ ଛତିଶଗଡ଼ ଜଗଦଳପୁର ବନାମ ୟୁନାଇଟେଡ କ୍ଳବ୍, ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଜଗଦଳପୁର ଓ ଆଫ୍ରିକା ମଧ୍ୟରେ ହୋଇଥିବା ଖେଳର ପ୍ରଥମାର୍ଦ୍ଧ ଓ ଦିତୀୟାର୍ଦ୍ଧ୍ ଖେଳ ଶେଷ ପର୍ଯ୍ୟନ୍ତ ୧-୧ ଗୋଲ କରି ସ୍କୋର ବରାବର ରହି ଥିଲା। ପରେ ଛତିଶଗଡ଼ ଜଗଦଳପୁର କୁ ଆଫ୍ରିକା ଟ୍ରାଇବ୍ରେକର ରେ ୫-୪ ଗୋଲରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ଆଜି ଛତିଶଗଡ଼ ଜଗଦଳପୁର ଦଳର ଖେଳାଳି ମାର୍କୋ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା।ଆଜିର ଖେଳକୁ ଜ୍ୟୋତି ରଞ୍ଜନ ସ୍ବାଇଁ, ପ୍ରିୟବ୍ରତ ବହାନିପତି, ସୋମନାଥ ମୁର୍ମୁ ଓ ଅଭିନାଶ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ସରପଂଚ ପୂର୍ଣ୍ଣିମା ମହାପାତ୍ର , ଶିକ୍ଷାବିତ୍ କାଳନ୍ଦୀ ଚରଣ ନାୟକ, ବରିଷ୍ଠ ଫାର୍ମାସିଷ୍ଟ ହରମୋହନ ଦାସ , ପ୍ରଧାନ ଶିକ୍ଷକ ସୁମନ୍ତ କୁମାର ଦାସ, ଶିକ୍ଷାବିତ୍ ପ୍ରମୋଦ କୁମାର ବୈରିଗଞ୍ଜନ୍, ସାମ୍ବାଦିକ ଦାଶରଥି ଶ୍ରୀଚନ୍ଦନ, ସଖା ସଂଘ କ୍ରୀଡା ସଂସଦ ସମ୍ପାଦକ ଦୀପକ କୁମାର ପ୍ରଧାନ, ସହଯୋଗ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ଉପଦେଷ୍ଟା ବିରେନ୍ଦ୍ର ଦାସ, ସଭାପତି ମନୋରଞ୍ଜନ ସାମନ୍ତରାୟ,ସଂମ୍ପାଦକ ବିଭୂତି ଭୂଷଣ ଦାଶ ଓ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ସୁନ୍ଦରାୟ ,ଉପ ସଭାପତି ସେକ ସେରଲି,କୋଷାଧ୍ୟକ୍ଷ ଆନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମ୍ୟାନେଜର ଶୁଶାନ୍ତ କୁମାର ପରିଡା,ଉପଦେଷ୍ଟା ଜନ୍ ମହାନ୍ତି, ପ୍ରମୋଦ ବୈରିଗଂଜନ,ଲଳିତ ପଟ୍ଟନାୟକ,ସେକ ହମିଦ ରଜାକ ଖାନ,ଯୁଧିଷ୍ଠିର ବଳିୟାରସିଂହ, ଅଲେଖଚନ୍ଦ୍ର ଭୋଇ,ଭାରତ ଭୂଷଣ ସ୍ୱାଇଁ,ଭରତ ବେହେରା,,ଅଜୟ ପ୍ରଧାନ,ପ୍ରଭାକର ସାହୁ,କାମଦେବପରିଡା, ଶ୍ରୀନିବାସ ଚମ୍ପତିରାୟ ,ପ୍ରତାପ ସ୍ଵାଇଁ ,ଶରତ ପ୍ରଧାନ , ନିବାସ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ରବୀନ୍ଦ୍ର ଫୁଟବଲ ଏକାଡେମୀ, ଦମ ଦମ ,କଲିକତା ବନାମ ଓଡ଼ିଶା ଏଲେଭେନ , ଓଡ଼ିଶା ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

