Sambad Odisha

ରାଜ୍ୟ

କୁଷ୍ଠ ନିବାରଣ ଦିବସ ଅବସରରେ ସଚେତନତା ପଦଯାତ୍ରା ସହ ଆଲୋଚନା ଚକ୍ର ଅନୁଷ୍ଠିତ।

କୁଷ୍ଠ ନିବାରଣ ଦିବସ ଅବସରରେ ସଚେତନତା ପଦଯାତ୍ରା ସହ ଆଲୋଚନା ଚକ୍ର ଅନୁଷ୍ଠିତ।

ଖୋର୍ଦ୍ଧା,୩୦/୧(ସମ୍ବାଦ ଓଡ଼ିଶା ): ଖୋର୍ଦ୍ଧା ଜିଲ୍ଲା କୁହୁଡି ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଆଜି କୁଷ୍ଠ ନିବାରଣ ଦିବସ ଅବସରରେ ସଚେତନତା ପଦଯାତ୍ରା ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଅତିଥିଭାବେ ଏମ୍ସ ଭୁବନେଶ୍ୱରର ଡାକ୍ତର ଆସ୍ଥା, ବ୍ଲକ ନୋଡାଲ ଲେପ୍ରୋସି ଅଫିସର ନିରଞ୍ଜନ ଦାଶ, ଲେପ୍ରୋସି ନୋଡାଲ ଅଫିସର କବିତା ସାହୁ, କୁହୁଡି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଟୁନି ମହାରଣା ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। କୁହୁଡି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଏକ ସଚେତନତା ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସଚେତନତା ବାର୍ତା ବାଣ୍ଟିବା ଲକ୍ଷ ନେଇ କୃଷ୍ଣ ନିବାରଣ ପାଇଁ ସମୂହ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତତ ସହ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୃଷ୍ଣ ରୋଗୀଙ୍କ ପ୍ରତି ଭେଦଭାବ ଅନ୍ତ ଓ ମର୍ଯ୍ୟାଦା ର ସୁରକ୍ଷା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ନିଜ ନିଜ ବକ୍ତବ୍ୟ ଚଳରେ କହି ଥିଲେ ରୋଗୀଙ୍କୁ ନୁହେଁ ରୋଗକୁ ଘୃଣା କରିବା ପରି ଅନେକ ଉପାଦେୟ କଥା। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ସମେତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ତ କର୍ମଚାରୀ, ଏ ଏନ ଏମ, ସ୍ୱାସ୍ଥ୍ୟକର୍ମୀ, ଆଶା ସାଥୀ ମାଆମାନେ ଯୋଗଦେଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ମଧ୍ୟ ସଚେତନତା କରିବାରେ ସାହାୟକ ହୋଇପାରିବୁ ବୋଲି ମତ ପ୍ରକାଶ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *