ଚାଷୀ ଙ୍କୁ କାରଣ ଦର୍ଶାଅ ନୋଟିସ୍ ମିଥ୍ୟା ପ୍ଲଟ ପଂଜୀକରଣ କରିଥିବାରୁ ଏକ ବର୍ଷ ପାଇଁ ପଞ୍ଜିକରଣ ପ୍ରକ୍ରିୟା ରୁ ବାସନ୍ଦ

ନିରାକାରପୁର,୨୯/୭: ଚଳିତ ବର୍ଷ ବର୍ତ୍ତମାନ ୨୦୨୫-୨୬ ଖରିଫ୍ ଧାନ ପଂଜୀକରଣ ବ୍ୟବସ୍ଥା ତା ୧୯.୦୭.୨୦୧୫ ଠାରୁ ଆରମ୍ଭ ହୋଇ ତା ୨୦.୦୮.୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ । ସାରା ରାଜ୍ୟରେ ଜୋର୍ ସୋର୍ ଭିଡ଼ ଓ ଅନେକ ଉତ୍କଣ୍ଠା ଚାଷୀ ମାନଙ୍କ ମଧ୍ୟରେ ଲାଗି ରହିଛି । ରାଜ୍ୟ ନିବନ୍ଧକ ଓଡ଼ିଶା ସମବାୟ ସମିତି ସମୂହ ଭୁବନେଶ୍ୱର ପତ୍ର ସଂଖ୍ୟା – ୧୪୩୨୯ ତା ୨୮.୦୭.୨୦୨୫ ରିଖ , ସମବାୟ ବିଭାଗ ଓଡ଼ିଶା ପତ୍ର ସଂଖ୍ୟା – ୬୨୭୨ ତା ୦୯.୦୬.୨୦୨୫ ରିଖ ଏବଂ ରାଜ୍ୟ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ଓଡ଼ିଶା ପତ୍ର ସଂଖ୍ୟା ୯୩୧୨ ତା ୩୧.୦୫.୨୦୨୫ ରିଖ ଜରିଆରେ ୨୦୨୪-୨୬ ରବି ଧାନ ପଞ୍ଜିକରଣ ଚାଷ ହୋଇନଥିବା ୧,୮୧,୬୮୪ ଟି ପ୍ଲଟ ଗୁଡ଼ିକ ଚିହ୍ନଟ କରାଯାଇଅଛି।ଯେଉଁଥିପାଇଁ ବର୍ତ୍ତମାନ ସେଇ ଚାଷୀ ମାନଙ୍କୁ କାରଣ ଦର୍ଷୟ ନୋଟିସ ଜାରି କରିବାକୁ ସମସ୍ତ ଜିଲ୍ଲା ସହକାରୀ ନିବନ୍ଧକ ନିର୍ଦ୍ଦେଶ ଦିଆଯାଇଛି ଯାହାକି ବର୍ତ୍ତମାନ ଆଲୋଚନା ସମାଲୋଚନା ର ବିଷୟ ପଳାଇଟିଯାଇଛି ।କେମିତି ଚାଷ ହୋଇନଥିବା ପ୍ଲଟ ଗୁଡ଼ିକ ଭେରିଫାଏ ହୋଇ ପଞ୍ଜୀକୃତ ହେଇଥିଲା । ଧାନ ପଞ୍ଜୀକରଣ ଫର୍ମ ରେ ତଳେ ଲେଖା ହୋଇଛି ଯେ ଯଦି ଚାଷୀ ଟିଏ ଭୁଲ ତଥ୍ୟ କିମ୍ବା ଚାଷ ନକରି ପ୍ଲଟ ଗୁଡ଼ିକ ଆବେଦନ କରୁଥାଏ ତାହେଲେ ଯଦି ସେଇ ତଥ୍ୟ ମିଥ୍ୟା ବୋଲି ପ୍ରମାଣିତ ହୁଏ ତାହେଲେ ସରକାର ତାଙ୍କ ଉପରେ ଆଇନ ଅନୁସାରେ ଦଣ୍ଡ ବା ପଦକ୍ଷେପ ନେଇପାରିବେ। ଯୋଉ ଆଧାର ରେ ସରକାର ବର୍ତ୍ତମାନ ଯେଉଁ ପ୍ଲଟ ଗୁଡ଼ିକ ଚାଷ ନ ହୋଇ ଆବେଦନ କରାଯାଇଥିଲା ସରକାର ବର୍ତ୍ତମାନ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯଦି ଚାଷୀ ଟିଏ ଏହା ଦାଖଲ ନ କରି ପରେ ତାହେଲେ ଏକ ବର୍ଷ ପାଇଁ ପଞ୍ଜିକରଣ ବ୍ୟବସ୍ଥା ରୁ ସେଇ ପ୍ଲଟ ଗୁଡ଼ିକ ବଞ୍ଚିତ କରାଯିବ । ବର୍ତ୍ତମାନ ଚାଷୀ ମାନଙ୍କ ମଧ୍ୟରେ ଏକ ଭୟ ବାତାବରଣ ସୃଷ୍ଟି ହୋଇଛି ଏବଂ ଅନେକ ଆଇନଜୀବି,ବୁଦ୍ଧିଜୀବୀ , ସମବାୟ ବିତ , ସମାଜ ସେବୀ , ସାଧାରଣ ଚାଷୀ ମାନେ ସରକାର ଙ୍କ ଠାରେ ପ୍ରଶ୍ନ ରଖୁଛନ୍ତି କୁ ସବୁ ବର୍ଷ ଚାଷୀ ପଞ୍ଜିକରଣ ଫର୍ମ ପୂରଣ କଲାପରେ ସେଗୁଡିକ ତଦାରଖ କରାଯାଏ ସମବାୟ ବିଭାଗ ଏବଂ ଖାଦ୍ୟ ଖାଉଟି ବିଭାଗ ଦ୍ବାରା ପରେ ଚାଷ ହେଲା ପରେ ସାଟେଲାଇଟ୍ (OPLS) ସର୍ଭେ ଜରିଆରେ ପର୍ଯ୍ୟବେକ୍ଷଣ କରାଯାଏ ଏବଂ ଯେଉଁ ପ୍ଲଟ ଗୁଡ଼ିକ ରେ ଚାଷ କରାଯାଇନଥିବ ସେଇ ପ୍ଲଟ ଗୁଡ଼ିକ କଟି ଟୋକନ ଜେନେରେଟ ହେଇନଥାଏ ।କାରଣ ଚାହା ହୋଇନଥିବା ଏରିଆ କଟି ଟୋକନ୍ ଆସିଥାଏ ଏଥିରେ ଯେତିକି ଚାଷୀ ମାନଙ୍କ ର ଭୁଲ ସେତିକି ସରକାର ବା ସେଥି ସହ ଜଡ଼ିତ ବିଭାଗ ଗୁଡ଼ିକ ମାନଙ୍କର ମଧ୍ୟ ଭୁଲ ରହିଛି। ଯଦି ଚାଷୀ ଭୁଲ ତଥ୍ୟ ଦେଇ ପଞ୍ଜୀକରଣ କରିଦେଇଥିଲେ କଣ ପାଇଁ ସାଟେଲାଇଟ (OPLS ) ଜରିଆରେ ଏବଂ କାହିଁକି ସେଇ ପ୍ଲଟ ଗୁଡ଼ିକ କଟା ନଗଲା ? କାରଣ ଓଡ଼ିଶାର ଅନେକ ଚାଷୀ ନିରକ୍ଷର ଏବଂ ଏବଂ ପୁରୁଣା ପଟ୍ଟା ଗୁଡ଼ିକ ଧରି ପଞ୍ଜିକରଣ କରି ଚାଲିଛନ୍ତି ଜେଜେ ବାବା ଙ୍କ ନାମରେ ପଟ୍ଟା ଅଛି ।ସେମାନେ ବର୍ତ୍ତମାନ ସେହି ଜମି ରେ ଚାଷ କରୁଛନ୍ତି କେଉଁ ପ୍ଲଟ କେଉଁଠି ଅଛି ସେମାନେ ମଧ୍ୟ କହି ପାରିବେ ନାହିଁ । ବର୍ତ୍ତମାନ ସାରା ଓଡ଼ିଶାର ଚାଷୀ ମାନେ ଭୟଭୀତ ଏବଂ ଆତଙ୍କିତ ଅଛନ୍ତି, ସମସ୍ତ ଚାଷୀ କୂଳ , ଆଇନଜୀବି, ସମବାୟ ବିତ , ସମାଜସେବୀ ଙ୍କ ତରଫରୁ ରାଜ୍ୟ ସରକାର ଙ୍କୁ ଏହି ନିୟମ କୁ କୋହଳ କରିବା ଏବଂ ସେଇ ପ୍ଲଟ ଗୁଡ଼ିକ ରେ ଖରିଫ୍ ପଞ୍ଜୀକରଣ ଏବଂ ଧାନ ବିକ୍ରି ପାଇଁ ଅନୁମତି ଦେବାକୁ ଓଡ଼ିଶାର ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଛି ।

