୧୪ତମ ଜଂକିଆ ପଲ୍ଲୀ ଉତ୍ସବ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୨ ତାରିଖ
ନିରାକାରପୁର,୩୦/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଂକିଆ ବାଲିଗାଡିଆ ଓଁ ଶ୍ରୀ ଗ୍ରୁପ୍ ପୂଜା କମିଟି ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗଣେଶ ପୂଜା ଅବସରରେ ଅଗଷ୍ଟ ମାସ ୨୭ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜଂକିଆ ପଲ୍ଲୀ ଉତ୍ସବ ୨୦୨୫ ସ୍ଥାନୀୟ ବାସନ୍ତୀ କ୍ଲବ ପଡ଼ିଆରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି କୃଷ୍ଣ ଚନ୍ଦ୍ର ନରେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ସଂଯୋଜକ ବିଶ୍ବଭୂଷଣ ଛୋଟରାୟ, ସୁରେନ୍ଦ୍ରନାଥ ଜେନା, କେଦାରେଶ୍ୱର ବଳବନ୍ତରାୟ, ଦିଲ୍ଲୀପ ଶ୍ରୀଚନ୍ଦନ,ଚିନ୍ତାମଣି ବେହେରା, ଲୋକନାଥ ସାମନ୍ତରାୟ, ପ୍ରଶାନ୍ତ ଗଜେନ୍ଦ୍ର, ଆଲୋକ ଶ୍ରୀଚନ୍ଦନ, ସାଗର କହଲସିଂହ ଓ ଉମାକାନ୍ତ ସାମନ୍ତରାୟ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ଉତ୍ସବରେ ରାମ ଦୋଳି, ଡ୍ରାଗନ ଟ୍ରେନ ସହିତ ଛୋଟ ପିଲାଙ୍କର ବିଭିନ୍ନ ଦୋଳି, ବିଭିନ୍ନ ପ୍ରକାର ଦୋକାନ ବଜାର,ସରକାରୀ ଷ୍ଟଲ ଲୋକମାନଙ୍କୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଖୋଲିବାର ଅଛି। ସେହିପରି ପ୍ରତିଦିନ ମଣ୍ଡପରେ ରାଜ୍ୟ ଓ ରାଜ୍ୟ ବାହାର ର ବିଭିନ୍ନ କଳାକାରମାନେ ନିଜର କଳା ପ୍ରଦର୍ଶନ କରିବେ ବୋଲି କମିଟି ସଭାପତି ପ୍ରକାଶ କରିଛନ୍ତି।

