ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩୦ରୁ
ଖୋର୍ଦ୍ଧା,୨୮/୧( ସମ୍ବାଦ ଓଡ଼ିଶା ): ଖୋର୍ଦ୍ଧା ଜିଲ୍ଲା ଛଣଗିରି ପଂଚାୟତ ଆଞ୍ଚଳିକ ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ୪ର୍ଥ ବାର୍ଷିକ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୩୦ ତାରିଖ ଠାରୁ ଅନୁଷ୍ଠିତ ହୋଇ ଫେବୃଆରୀ ୧ ତାରିଖରେ ଶେଷ ହେବ। ଏହି ଅବସରରେ ଛଣଗିରି ଆଚଂଳିକ ଆଥଲେଟିକ ଆସୋସିଏସନ ଏକ ପ୍ରେସ ଇସ୍ତାହାରରେ ଟୁର୍ଣ୍ଣାମେଣ୍ଟ ଉପରେ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।ଟୁର୍ଣ୍ଣାମେଣ୍ଟ ୩ଦିନ ଧରି ଚାଲିବ।ଟୁର୍ଣ୍ଣାମେଣ୍ଟରେ ଦେଶ ଓ ରାଜ୍ଯ ବାହରର ୪ ଟି ଖ୍ୟାତନାମା ଟିମ ଅଂଶ ଗ୍ରହଣ କରିବେ।ଟୁର୍ଣ୍ଣାମେଣ୍ଟ ରେ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯିବ । ଉଦଘାଟନୀ ମ୍ୟାଚ୍ ୩୦ ତାରିଖରେ ୟାକେ ଫୁଟବଲ କ୍ଳବ୍,ଚନ୍ଦ୍ରଗିରି, ନେପାଳ ବନାମ ୟୁନାଇଟେଡ କ୍ଳବ୍, ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ୩୧ ତାରିଖରେ ରବୀନ୍ଦ୍ର ଫୁଟବଲ ଏକାଡେମୀ, ଦମ ଦମ ,କଲିକତା ବନାମ ଓଡ଼ିଶା ଏଲେଭେନ , ଓଡ଼ିଶା ମଧ୍ୟରେ ଖେଳ ହେବ। ଶେଷରେ ୧ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସଂଘ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।

