ମୋହନଲାଲ ବାଳିକା ବିଦ୍ୟାଳୟ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଧନା ଓ ରନିଙ୍ଗ କପ ପ୍ରଦାନ
ଖୋର୍ଦ୍ଧା,୨୮/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ମଳିପଡା ସ୍ଥିତ ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ମେଧାବୀ ଛାତ୍ରୀଙ୍କୁ ରନିଂ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ବିଦ୍ୟାଳୟ ପାଠାଗାର କୁ ୧୦ ହଜାର ଟଙ୍କାର ପୁସ୍ତକ ମିଳିଥିବା ଜଣାପଡିଛି। ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଶ୍ରୀଚନ୍ଦନ ପୌରହିତ କରିଥିବାବେଳେ ସମାଜସେବୀ ଶିକ୍ଷାବିତ୍ କଣ୍ଡୁରୀ ଚରଣ ମହାରଣା ଅତିଥି ଭାବେ ଯୋଗ ଦେଇ ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ମନସ୍ୱନୀ ମହାପାତ୍ରଙ୍କୁ ରନିଂ କପ୍ ଦେଇଥିବାବେଳେ ପୂର୍ବତନ ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ହରିଚନ୍ଦନ ମାଟ୍ରିକ ରେ ଅଧିକା ନମ୍ବର ରଖିଥିବା ଛାତ୍ରୀ ଜଣଙ୍କୁ ୪ ହଜାର ଟଙ୍କା ପ୍ରଦାନ କରିଥିଲେ। ଅନ୍ୟ ପଟେ ଶ୍ରୀ ମହାରଣା ସ୍କୁଲ ପାଠାଗାର କୁ ୧୦ ହଜାର ଟଙ୍କା ର ପୁସ୍ତକ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଶୈଳେଶ ବଳିୟାର ସିଂହ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ମନୋଜ୍ଞା ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

