ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର ଉଦଯାପିତ 
ଖୋର୍ଦ୍ଧା,୨୮/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କାଇପଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ୨୧.୦୧.୨୦୨୬ ଠାରୁ ଆରମ୍ଭ ହୋଇଥିବା +୨ ଶ୍ରେଣୀର ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ଵତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଜାତୀୟ ସେବା ଯୋଜନା ରାଜ୍ୟଶାଖାର ଶ୍ରୀଯୁକ୍ତ ନିରୋଧ ବରଣ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ସେବା ଯୋଜନାର ମହତ୍ତ୍ଵ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିବିରର ବିଭିନ୍ନ ଦିବସରେ ଡକ୍ଟର ଜନ୍ମେଜୟ ଚୌଧୁରୀ, ଡକ୍ଟର ସଂଯୁକ୍ତା ପଟ୍ଟନାୟକ, ଅଧ୍ୟାପିକା ସୁଜ୍ଞାନୀ ଭଞ୍ଜ ସାମନ୍ତ, ଅଧ୍ୟାପକ ଅଜୟ କୁମାର ଭୁଜବଳ , ଯଶସ୍ଵିନି ସାହୁ, ବେଗୁନିଆ କଲେଜର ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ସତ୍ୟଜିତ ସାହୁ ପ୍ରମୁଖ ଆଧାରା ପୁରୁଷ ଭାବରେ ଶିବିରରେ ଯୋଗ ଦେଇ ଶିବିଧର୍ଥି ମାନଙ୍କୁ ଯୁବଶକ୍ତିର ଅନ୍ତର୍ନିହିତ ଗୁଣାବଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ଦିନରେ ଶିବିରର ଛାତ୍ରଛାତ୍ରୀମାନେ ନିକଟସ୍ଥ ଗ୍ରାମ ମାନଙ୍କରେ ସଡ଼କ ସୁରକ୍ଷା, ନିଶା ନିବାରଣ, ଯୌତୁକପ୍ରଥାର ବିରୋଧ ବିଷୟରେ ପଥପ୍ରାନ୍ତ ନାଟକ ପରିବେଷଣ ସାଙ୍ଗକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ଦେଇଥିଲେ ଏବଂ ଗ୍ରାମଗୁଡ଼ିକରେ ସଫେଇ କାର୍ଯ୍ୟ କରିଥିଲେ । ଏହି ସାତଦିନ ବ୍ୟାପୀ ଶିବିରକୁ ପରିଚାଳନା କରିଥିଲେ +୨ ଶ୍ରେଣୀ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁମନ୍ତ ଦେହେରୀ, +୩ ଶ୍ରେଣୀ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମାନସ କୁମାର ଜୟସିଂହ ଓ +3 ଶ୍ରେଣୀ ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ଅନୁପମା ଚମ୍ପତିରାୟ ।

