ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ
ନିରାକାରପୁର ତା ,୧୫/୧(ସମ୍ବାଦ ଓଡ଼ିଶା): ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ଆର୍ଯ୍ୟବିହାର, ନିରାକାରପୁର ପରିସରରେ ତୃତୀୟ ଓ ପଞ୍ଚମ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୩ୟ ବୃତ୍ତି ପରୀକ୍ଷାରେ ଆରାଧ୍ୟା ବେହେରା, ଦିପଙ୍କର ମିଶ୍ର,ଅର୍ପିତା ଦାଶ ଓ ୫ମ ବୃତ୍ତି ପରୀକ୍ଷାରେ ସାଇ ଶ୍ରେୟାଂଶୀ ଦାସ, ପ୍ରିୟାଂଶୀ ପାଇକରାୟ ଟାଙ୍ଗୀ ବ୍ଲକ ସ୍ତରରେ କୃତିତ୍ଵ ଅର୍ଜନ କରି ବିଦ୍ୟାମନ୍ଦିରର ମାନ ବୃଦ୍ଧି କରିଛନ୍ତି ।ଏହି ସମାରୋହରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ସେମାନଙ୍କର ନିରବଚ୍ଛିନ ଓ ନିରନ୍ତର ପ୍ରୟାସ ଯୋଗୁଁ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି ବୋଲି ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନଳିନୀ ରଥ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କର ଏହି ସଫଳତା ପାଇଁ ଅଭିଭାବକ ଓ ଅଞ୍ଚଳବାସୀ ତରଫରୁ ଅନେକ ଶୁଭେଚ୍ଛାର ବାର୍ତ୍ତା ଛୁଟି ଆସିଛି । ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ସନ୍ଧ୍ୟାରାଣୀ ବାହିନୀପତି ପରିଚାଳନା କରିବା ସହ ଆଚାର୍ଯ୍ୟ ଅକ୍ଷୟ କୁମାର ମହାପାତ୍ର, ପବିତ୍ର କୁମାର ରାଉତରାୟ, ଶକ୍ତି ପ୍ରସାଦ ଚାଉପଟ୍ଟନାୟକ, ରଶ୍ମି ପ୍ରଭା ପୁରୋହିତ, ବୀଣାପାଣି ଦାସ, ମମତା ମିଶ୍ର, ରାଜଲକ୍ଷ୍ମୀ ବଳିୟାର ସିଂହ, ଟିକନ ସାମନ୍ତରାୟ, ସୁଜାତା ଶ୍ରୀଚନ୍ଦନ,ବନିତା ମଙ୍ଗରାଜ, ମମତା ମହତ୍ଵ, ସସ୍ମିତା ମହାରଣା,ବବିତା ବେହେରା ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

