ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।

ସ୍ମରଣିକା କଲ୍ୟାଣୀ ଶୁଭ ଉନ୍ମୋଚନ
ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା, ହିମାଂଶୁ ଭୁଷଣ ଚମ୍ପତିରାୟ):ଖୋର୍ଦ୍ଧା ଜିଲ୍ଲା ମଳିପଡାସ୍ଥିତ ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାବିତ୍ ତ୍ରିଲୋଚନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ମୁଖ୍ୟବକ୍ତା ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ, ସମ୍ମାନିତ ଭାବେ ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ଯକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ସମାଜସେବୀ ସ୍ମୃତିରେଖା ମହାରଥୀ, ପ୍ରଫେସର ତୃଶାରକାନ୍ତ ପାଲଟାସିଂହ, ତିନି ନମ୍ବର ଜୋନ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରୁଦ୍ରଭାନୁ ନରେନ୍ଦ୍ରଜିତ୍ ସିଂହ, ସମାଜସେବୀ କିଶୋର ବରାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫେସର ଲକ୍ଷ୍ମୀଧର ଶ୍ରୀଚନ୍ଦନ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା କଲ୍ୟାଣୀର ଶୁଭ ଉନ୍ମୋଚନ ଅତିଥି ମାନଙ୍କ ଦ୍ବାରା କରାଯାଇଥିଲା ।ବିଦ୍ୟାଳୟରେ ଅଧ୍ୟୟନ କରି ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଛାତ୍ରୀ ଡ. ପ୍ରଜ୍ଞାପରମିତା ମହାରଥି ,ମନସ୍ଵିନୀ ମହାପାତ୍ର, ସ୍ୱପ୍ନାରାଣୀ ସାହୁ, ଶିକ୍ଷୟତ୍ରୀ ସର୍ମିଳା ବିଶ୍ଵାଳ, ଚିନ୍ମୟୀ ପାଇକେରାୟଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢୌକନ ଦେଇ ସମ୍ବନ୍ଧିତ କରିଥିଲେ ।ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଡ.ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିବା ବେଳେ ମୋହନଲାଲ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନୋଜ୍ଞା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଶୈଳେସ୍ୟ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରାଣେଶ୍ଵର ଜୟସିଂହ, ବେଣୁଧର ଶ୍ରୀଚନ୍ଦନ, ତ୍ରିଲୋଚନ ମହାପାତ୍ର, କଣ୍ଡୁରୀ ମହାରଣା, ବୈକୁଣ୍ଠ ପାତାଳାସିଂହ, ଯୁଦ୍ଧିଷ୍ଟିର ହରିଚନ୍ଦନ, ଶିକ୍ଷକ ବିଜୟ ମହାପାତ୍ର, ସନ୍ତୋଷ ମଙ୍ଗରାଜ । ଅ ଳର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଚାତ୍ରୀ, ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଅଭିଭାବକ ଯୋଗଦେଇଥିଲେ । ପରେ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଶ ଉପଯୋଗୀ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

