ବରିଷ୍ଠ ରାଜନେତା ସ୍ବର୍ଗତ ସର୍ବେଶ୍ଵର ବରିସଲଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ଖୋର୍ଦ୍ଧା,୧୫/୧(ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜିଲ୍ଲା ଓରବରସିଂ ଗ୍ରାମର ସ୍ବର୍ଗତ ସର୍ବେଶ୍ଵର ବରିସଲ ଏକାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ, ସରଳ ହୃଦୟର , ନମ୍ର ସ୍ଵଭାବର ବ୍ୟକ୍ରିଥିଲେ ବୋଲି ଉପସ୍ଥିତ ସମସ୍ତ ଶୁଭେଚ୍ଛୁ ମାନେ ମତ ପୋଷଣ କରିଥିଲେ। ସେ ତାଙ୍କର ରାଜନୀତି କଂଗ୍ରେସରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରି ଗୋଟିଏ ଦଳରେ ରହି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ସମାଜସେବୀ ଡ ସଞ୍ଜୟ ପଟ୍ଟନାୟକ, ଖୋର୍ଦ୍ଧାର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପରଷଦ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର, ଆଇନଜୀବୀ ଶିଶିର ପରିଡ଼ା, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, କଂଗ୍ରେସ ବରିଷ୍ଠ ରାଜନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜାନକୀବଲ୍ଲଭ ପଟ୍ଟନାୟକ, ଯୁବ ନେତା ବିଶ୍ବଭୂଷଣ ଛୋଟରାୟ, ସଞ୍ଜୟ ରାଟସିଂହ, ନରି ନାଥ ମଙ୍ଗରାଜ, ତାଙ୍କର ପୁତ୍ର ଆଲୋକ ବରିସଲ , ନଗେନ ବରିସଲ୍ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଏହି ସଭାରେ ପୂର୍ବତନ ସରପଞ୍ଚ ବିଜୟ ହରିଚନ୍ଦନ ସଭାପତି କରିଥିଲେ । ସଭା ପରିଚାଳନା କରିଥିଲେ କଣ୍ଡୁରି ବଳିଆରସିଂ ।

