Sambad Odisha

ଖେଳ ରାଜ୍ୟ

ରାମେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ 

ରାମେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ଏକ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପ୍ରେରଣା ଯୋଗାଏ

ନିରାକାରପୁର,୧୩/୧: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ଶକ୍ତି ପ୍ରିୟା ସାହୁ ସଭାପତିତ୍ବ କରିଥିବାବେଳେ କ୍ରୀଡା ଶିକ୍ଷୟତ୍ରୀ ସୁନୀତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ନଗେନ୍ଦ୍ର କୁମାର ଦତ୍ତ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବ୍ୟସିଂହ ତ୍ରିପାଠୀ ,ଅବସରପ୍ରାପ୍ତ ଶିକ୍ଷକ ତଥା ଆଲୁମିନା କମିଟି ସଭାପତି ଚକ୍ରଧର ତ୍ରିପାଠୀ ,ଆଲୁମିନା କମିଟି ସମ୍ପାଦକ ବିରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ଆମ ଶରୀରକୁ ସୁସ୍ଥ,ସୁନ୍ଦର ରଖିବା ସହିତ ମନକୁ ପ୍ରଫୁଲ୍ଲ ରଖେ।କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ଏକ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପ୍ରେରଣା ଯୋଗାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଶେଷରେ ଶିକ୍ଷୟତ୍ରୀ ବିଜେତା ବାନାର୍ଜୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶିକ୍ଷକ ଆରତ କୁମାର ବେହେରା, ମନ୍ମଥ ନାୟକ, ଶିକ୍ଷୟତ୍ରୀ ଅନିନ୍ଦିତା ବେହେରା,ସ୍ୱାଗତିକା ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

admin

admin

About Author

Leave a comment

Your email address will not be published. Required fields are marked *