Sambad Odisha

ଟୋକନ କୁ ନେଇ ଦହଗଞ୍ଜ ରେ ଚାଷୀ

(ମଣ୍ଡି ଆରମ୍ଭ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ ଟୋକନ ଆସିନାହିଁ ) 

ସୋଟେଲାଇଟ୍ ସର୍ଭେ ବିଳମ୍ବ ହେବାରୁ ଟୋକନ ଆସିବାରେ ବିଳମ୍ବ ହୋଇଛି !

ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରେ ଚଳିତ ବର୍ଷ ୧୪ ଟି ସମିତି ଧାନ କିଣା କାର୍ଯ୍ୟ ରେ ନିଯୁକ୍ତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ର ବାଣପୁର ବ୍ଲକ୍ ର ତୁମୁରପୁଟ ସେବା ସମବାୟ ସମିତି ଦ୍ବାରା ଚଳିତ ବର୍ଷ ୨୦୨୫-୨୬ ଖରିଫ୍ ଧାନ ମଣ୍ଡି କାର୍ଯ୍ୟ ଜାନୁଆରୀ ୭ ତାରିଖ ରୁ ଆରମ୍ଭ ହେଲାଣି ଏପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ର ମାତ୍ର ୩ ଟି ସମିତି ଯଥା ସୁନ୍ଦରପୁର , ଭୂଷଣ୍ଡପୁର, କୁହୁଡି ରେ ଧାନ ମଣ୍ଡି ଆରମ୍ଭ ହୋଇ ପାରିଛି । ଏହାର ମୁଖ୍ୟ କାରଣ ହେଉଛି ଅଧା ଲୋକଙ୍କର ଟୋକନ ଆସି ନାହିଁ। ଯାହାଫଳରେ ପ୍ରତିଦିନ ସମିତି ରେ ଲୋକଙ୍କର ଗହଳି ଲାଗୁଛି । ଏକ ସପ୍ତାହ ବିତିଗଲା ପରେ ମଧ୍ୟ ଟୋକନ ଆସୁନି ଯାହାକି ଏକ ଭୟଙ୍କର ଏବଂ ଚାଷୀ ଙ୍କ ପାଇଁ ଦୁଃଖର ଖବର ।ଏଠି ପ୍ରଶ୍ନ ଉଠୁଛି କେମିତି କିଛି ଲୋକଙ୍କର ଟୋକନ ପ୍ରଥମ ପର୍ଯ୍ୟାୟରେ ଆସିଲା କୋଉ ଆଧାର ର ରେ ଆସିଲା ଏବଂ ଯେଉଁ ମାନଙ୍କର ଟୋକନ ଆସିନାହିଁ କଣ ପାଇଁ ବର୍ତ୍ତମାନ ସୁଦ୍ଧା ଆସି ନାହିଁ ଯାହାର ଖବର କାହା ପାଖରେ ନାହିଁ । ଜିଲ୍ଲା ଯୋଗାଣ ବିଭାଗ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ ଙ୍କୁ ପଚାରିବାରୁ ସାଟେଲାଇଟ୍ ରିପୋର୍ଟ ଅପଲୋଡ଼ ରେ ବିଳମ୍ବ ହୋଇଥିବାରୁ ଟୋକନ ଆସିବାରେ ବିଳମ୍ବ ହେଉଛି ବୋଲି କହିଥିଲେ ।ଟାଙ୍ଗୀ ବ୍ଲକ ର ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଶିବରାମ ବିଶ୍ଵାଳ ଙ୍କୁ ପଚାରିବାରୁ ସମସ୍ତଙ୍କର ଟୋକନ ଆସିବ ପ୍ରଥମ ରେ ପର୍ଯ୍ୟାୟ ରେ ସରକାର ଟୋକନ ଛାଡିଛନ୍ତି ଧାନ କିଣା କାର୍ଯ୍ୟ ଆରମ୍ଭ ହେଲେ ସବୁ ଟୋକନ ଆସିବ ହେରି ବୋଲି କହିଛନ୍ତି । ଜିଲ୍ଲା ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଭାଗମତ ମାରାଣ୍ଡି ଙ୍କୁ ପଚାରିବାରୁ ପର୍ଯ୍ୟାୟ କ୍ରମରେ ସବୁ ଟୋକନ ଆସିଯିବ ବୋଲି କହିଛନ୍ତି । ଏପଟେ ଧାନ ମଣ୍ଡି ବିଳମ୍ବ ହେବାର ଫାଇଦା ନେଇ କୌଣସି ମିଲର ସମିତି କୁ ଯାଇ ଚାଷୀ ଙ୍କ ସଙ୍ଗେ ଆଲୋଚନା କରୁ ନାହାନ୍ତି କହୁଛନ୍ତି ଆମ ମିଲର ସଂଘ ତରଫରୁ କୌଣଷି ସମିତି କୁ ଯାଇ ଚାଷୀ ଙ୍କ ସଙ୍ଗେ ଆଲୋଚନା କରିବା ପାଇଁ ମନା କରାଯାଇଛି ବୋଲି କହି ଖସି ଯାଉଛନ୍ତି। ମିଲର ଯଦି ସୋସାଇଟି କୁ ଆସିବେ ନାହିଁ ଧାନ ମଣ୍ଡି କେମିତି ହେବ ? ତାହେଲେ ଜିଲ୍ଲା ରେ ସମ୍ପୂର୍ଣ୍ଣ ଅରାଜକତା ସୃଷ୍ଟି ହେବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଜିଲ୍ଲା ଯୋଗାଣ ବିଭାଗ ଯଦି ଏହି ଭଳି ନିଦାବିଷ୍ଣୁ ପରି ନିଘୋଡ଼ ସୋଇ ରହିବେ ତାହେଲେ ମିଲର ନିହାତି ମନ ହେଲେ ଯାଇ ଧାନ ମଣ୍ଡି ଧାନ କିଣିବେ ନହେଲେ ନାହିଁ ଲଗାମ ଲଗାଇବାକୁ ପ୍ରଶାସନ ବିଫଳ ହେବ ବୋଲି ଚାଷୀ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି କାରଣ ଯଦି ୨-୩ ମଧ୍ୟ ବ୍ୟବଧାନରେ ଯଦି ସମିତି ର ସମ୍ପାଦକ , ନୋଡ଼ାଲ ଅଫିସର୍, ସୁପରଭାଇଜାର ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତ ମିଲର ଙ୍କ ମଧ୍ୟ ରିଭ୍ୟୁ ନେବା ଆବଶ୍ୟକ ବୋଲି ଯାହାକି ହେଉ ନାହିଁ ବୋଲି ଚାଷୀ ସଂଘ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ୫ କିଲୋ କଟନି ରେ ଧାନ କିଣା ହେବ ବୋଲି ଚାଷୀ ମାନଙ୍କଠୁ ଶୁଣିବାକୁ ମିଳୁଛି ।ସାରା ଓଡ଼ିଶାରେ ଏଫ୍. ଏ. କ୍ୟୁ ଧାନ ନାହିଁ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ଚାଷୀ ପାଖକୁ ଯାଇ ଆଲୋଚନା ମିଲର ମାନେ କରୁନଥିବାରୁ ଏହାକୁ ବିଭିନ୍ନ କୃଷକ ମୋର୍ଚ୍ଚା ନିନ୍ଦା କରିଛନ୍ତି । ଚାଷୀ ଚାଷ କଲେ ଆମେ ଏହାର ଗ୍ରହଣ କରିବା କିନ୍ତୁ ଚାଷୀ ଙ୍କ ପାଇଁ ଏତେ ଅମାନବୀୟ କଣ ପାଇଁ । କିଛି ସମିତି ଅଧିକ ପଞ୍ଜୀକୃତ ଚାଷୀ ଥିବାରୁ ସପ୍ତାହ ରେ ୨ ଥର ଧାନ କିଣିବାକୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଦ୍ଵାରା ସମସ୍ତ ସମିତି ଏବଂ ମିଲର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯଦି ଧାନ ସପ୍ତାହ କ ରେ ୨ ଥର ଧାନ ନ ଉଠାଯାଏ ତାହେଲେ ଏଥି ପାଇଁ କିଏ ଦାୟୀ ରହିବ , ପରେ ବାଧ୍ୟ ହୋଇ ମିଲ ପଏଣ୍ଟ ରେ ଚାହିଁ ନିଜ ହାତରୁ ଗାଡ଼ି ଭଡ଼ା କରି ନେଇ ଧାନ ଦେବେ ।