Sambad Odisha

ଖେଳ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱର ୨-୧ ରେ ଫାଇନାଲକୁ ପ୍ରବେଶ 

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱର ୨-୧ ରେ ଫାଇନାଲକୁ ପ୍ରବେଶ 

ନିରାକାରପୁର,୨୭/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ସେମିଫାଇନାଲରେ ଟ୍ରାଇବେକର ଜରିଆରେ ଭୁବନେଶ୍ୱର ଶବର ସ୍ପୋଟିଂ ବିଶାଖାପାଟଣା ଏସପିଏମକୁ ୨-୧ ଗୋଲରେ ଫାଇନାଲରେ ପ୍ରବେଶ କରିଛି। ଖେଳରେ ପ୍ରଥମାର୍ଦଧ ଓ ଦିତୀୟର୍ଦ୍ଧ ଖେଳ ବହୁ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ଶେଷ ସୁଦ୍ଧା ଅମିମାଂସିତ ରହିଥିଲା। ଫଳରେ ରେଫରି ଟ୍ରାଇବେକର ହେବା ପାଇଁ ନିଷ୍ପତି ନେଇଥିଲେ। ଆଜିର ଖେଳକୁ ସାଇରାମ କିସ୍କୋ , ପ୍ରିୟବ୍ରତ ବାହିନୀପତି, ବିଦେଶୀ ନାୟକ , ଅଭିନାଶ ପଟ୍ଟନାୟକ, ଅକ୍ଷୟ କୁମାର ପଟ୍ଟନାୟକ ,ହୃଦାନନ୍ଦ ମହତରାୟ, ଭୀମସେନ ବିଶ୍ବାଳ ଓମ ପ୍ରକାଶ ମିଶ୍ର , ଗୋଲି ଜଜ ଭାବେ ଶିକ୍ଷକ ରମାକାନ୍ତ ପୁରୋହିତ ଓ ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଆଜି ସଂଘ ସଭାପତି ବିପିନ କୁମାର ଜୟସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ବରିଷ୍ଠ ନେତା ଶ୍ରୀଯୁକ୍ତ ପୃଥିବୀ ବଲ୍ଲଭ ପଟ୍ଟନାୟକ, ବିଶିଷ୍ଟ ଅତିଥିଭାବେ ଇଞ୍ଜିନିୟର ବିଶ୍ଵ ମୋହନ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ଆଇନଜୀବୀ ଶିଶିର କୁମାର ପରିଡ଼ା, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଚିତ୍ତରଞ୍ଜନ ଭୋଳ, ସମ୍ମାନୀତ ଅତିଥି ଭାବେ ଆଶିଷ କୁମାର ନରେନ୍ଦ୍ର, ଯୁବନେତା ଶୁଭମ ଦାଶ, ଯୁବନେତା ଆଲୋକ ରଂଜନ ଛୋଟରାୟ, ପ୍ରଶାନ୍ତ କୁମାର ସାହୁ, କ୍ୟାପଟେନ ବିଜୟ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବେଷ୍ଟ ପ୍ଲେୟାର ଭାବେ ଉଭୟ ଦଳର ଦୁଇଜଣ ଖେଳାଳି ଶବର ସ୍ପୋଟିଂ ଦଳର ଶିଶିର ନାୟକ ଓ ବିଶାଖାପାଟଣା ଦଳର ସାଇ ଜିକେଙ୍କୁ କେଦାର ଜୟସିଂହ ସ୍ମୃତି ଓ ସ୍ବର୍ଗତ। ପ୍ରମିଳା ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଟ୍ରଫି ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।କୁମାରୀ ମେଘନା ବଳିଆରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ରାମେଶ୍ବର ସତ୍ୟଭାମା ଇଲୋଟ୍ରୋନିକ୍ସ ଓ ସଖା ସଂଘ କ୍ରୀଡା ସଂସଦ ଦ୍ଵାରା ଏକ ମାଗଣା ଲଟେରୀ ମଧ୍ୟରେ ଦୁଇଟି ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା। କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ଉପସଭାପତି ପ୍ରକାଶ କୁମାର ବଳିଆରସିଂହ, ପ୍ରଦୀପ୍ତ କୁମାର ଷଡଙ୍ଗୀ, ସମ୍ପାଦକ ଭାଗିରଥି ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ପ୍ରଧାନ, ସହ କୋଷାଧ୍ୟକ୍ଷ ପ୍ରସାଦ ଦାସ, ବରିଷ୍ଠ ଉପଦେଷ୍ଟା ମହେଶ୍ୱର ବେହେରା ଓ କୋଷାଧ୍ୟକ୍ଷ ହରିହର ସିଂହ,ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, ହିମାଂଶୁ ଭୁଷଣ ଚମ୍ପତିରାୟ, ଲଛମନ ନାୟକ, ଚିତ୍ତରଞ୍ଜନ ବେହେରା, କାର୍ତ୍ତିକ ସାମନ୍ତରାୟ, ଚିତ୍ତରଞ୍ଜନ ମହାରଣା, ଅଜୟ କୁମାର ହରିଚନ୍ଦନ, ଈଶ୍ୱର ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଆସନ୍ତା କାଲି ଫାଇନାଲ ମ୍ୟାଚ ଶବର ସ୍ପୋଟିଂ, ଭୁବନେଶ୍ୱର ଓ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ।

admin

admin

About Author

Leave a comment

Your email address will not be published. Required fields are marked *