Sambad Odisha

ରାଜ୍ୟ ଶିକ୍ଷା

ଶିକ୍ଷା ବିକାଶ ସମିତି ଅନୁବନ୍ଧିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଶିକ୍ଷା ବିକାଶ ସମିତି ଅନୁବନ୍ଧିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ନିରାକାରପୁର,୨୧/୧୨(ସମ୍ବାଦ ଓଡ଼ିଶା ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶିକ୍ଷା ବିକାଶ ସମିତି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟଅତିଥୂ ଭାବେ ଅଧ୍ୟାପକ ଡଃ ମୃତ୍ୟୁଜଂୟ ରଥ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ବିଶ୍ୱନାଥ ରଥ, ଶ୍ରୀରାମ ଦୟା ପରିଷଦର ସଂମ୍ପାଦକ ଗଗାଂଧର ତ୍ରିପାଠୀ, ଶିବ ଶଙ୍କର ତ୍ରିପାଠୀ,ବୁଦ୍ଧିଜୀବୀ ରାମକୃଷ୍ଣ ପଟ୍ଟନାୟକ,ବିଦ୍ୟାଳୟ ପରିଚାଳନା ସଦସ୍ୟ ମନ୍ମଥ ବେହେରା,ଶିଶୁ ମନ୍ଦିର ସଂମ୍ପାଦକ କୋଷାଧକ୍ଷ ଚିତ୍ତରଞ୍ଜନ ତ୍ରିପାଠୀ ଓ ଶିଶୁ ମନ୍ଦିର ପ୍ରଧାନ ଗୁରୁମା ଅନୁସୟା ମିଶ୍ର ପ୍ରମୁଖ ଯୋଗ ଦେଇ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରଶାନ୍ତ କୁମାର ପାଟ୍ଟଶାଣୀ। ସରସ୍ୱତୀ ଶିଶୁମନ୍ଦିରର ପରିଚାଳନା ସମିତିର ସଭାପତି ସୁରେନ୍ଦ୍ର କୁମାର ସାହୁ ସଭାପତିତ୍ବ କରିଥିଲେ।ସଂପାଦକ ଅଜୟ କୁମାର ପାଇକରାୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ଚଳିତ ବର୍ଷ ବିଦ୍ୟାଳୟରେ ବିଭିନ୍ନ ବିଵାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ସହ ଅଂଚଳ ର ସମସ୍ତ ସାମ୍ବାଦିକମାନଙ୍କୁ ଅତିଥି ମାନେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ।ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାମନ୍ଦିର ରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ସାସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ଏବଂ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗତକାଲି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥୂ ଭାବେ ରାଜ୍ୟ ଶିଶୁ ମନ୍ଦିର ସମ୍ଭାଗ ସଭାପତି କୁଳମଣି ମିଶ୍ର ଯୋଗ ଦେଇ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରଶାନ୍ତ କୁମାର ପାଟ୍ଟଶାଣୀ। ପରିଚାଳନା ସମିତିର ସଭାପତି ସୁରେନ୍ଦ୍ର କୁମାର ସାହୁ ସଭାପତିତ୍ବ କରିଥିଲେ।ସଂପାଦକ ଅଜୟ କୁମାର ପାଇକରାୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଉପସ୍ଥିତ ଥିଲେ ମନ୍ମଥ କୁମାର ବେହେରା, ଦିନମୟୀଦାସ, ଚିତ୍ତରଂଜନ ତ୍ରିପାଠୀ, ନବକୃଷ୍ଣ ମହାପାତ୍ର, ପ୍ରତିମା ପ୍ରଧାନ।ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଶ୍ରୀମତୀ ଅନସୂୟା ମିଶ୍ର । ସଭାପରେ ନୃତ୍ୟ | ଗୀତିନାଟ୍ୟ “ଅଭିମନ୍ୟୁ ଚକ୍ରବ୍ୟୁହ”ପରିବେଷଣ ହୋଇଥିଲା।

admin

admin

About Author

Leave a comment

Your email address will not be published. Required fields are marked *