ନିରାକାରପୁର ଶିକ୍ଷା ବିକାଶ ସମିତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିରାକାରପୁର, ୨୦/୧୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶିକ୍ଷା ବିକାଶ ସମିତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟଅତିଥୂ ଭାବେ ରାଜ୍ୟ ଶିଶୁ ମନ୍ଦିର ସମ୍ଭାଗ ସଭାପତି କୁଳମଣି ମିଶ୍ର ଯୋଗ ଦେଇ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରଶାନ୍ତ କୁମାର ପାଟ୍ଟଶାଣୀ। ପରିଚାଳନା ସମିତିର ସଭାପତି ସୁରେନ୍ଦ୍ର କୁମାର ସାହୁ ସଭାପତିତ୍ବ କରିଥିଲେ।ସଂପାଦକ ଅଜୟ କୁମାର ପାଇକରାୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଉପସ୍ଥିତ ଥିଲେ ମନ୍ମଥ କୁମାର ବେହେରା, ଦିନମୟୀଦାସ, ଚିତ୍ତରଂଜନ ତ୍ରିପାଠୀ, ନବକୃଷ୍ଣ ମହାପାତ୍ର, ପ୍ରତିମା ପ୍ରଧାନ।ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଶ୍ରୀମତୀ ଅନସୂୟା ମିଶ୍ର । ସଭାପରେ ନୃତ୍ୟ | ଗୀତିନାଟ୍ୟ “ଅଭିମନ୍ୟୁ ଚକ୍ରବ୍ୟୁହ”ପରିବେଶଣ ହୋଇଥିଲା

