ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ଯାପିତ
ଖୋର୍ଦ୍ଧା: ୨୧/୧୨( ସମ୍ବାଦ ଓଡ଼ିଶା): ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଗ୍ରାମର ଠାକୁରାଣୀ ମା ମଙ୍ଗଳାଙ୍କ ପୀଠରୁ ଗ୍ରାମର ସରପଞ୍ଚ ଶ୍ରୀମତି ନଳିନୀ ଅରିସଲଙ୍କ ଉପସ୍ଥିତିରେ କ୍ରୀଡ଼ା ମଶାଲ ପ୍ରଜ୍ଜ୍ୱଳନ କରି ଆରମ୍ଭ ହୋଇଥିବା କ୍ରୀଡ଼ା ଉତ୍ସଵ ଉଦ୍ଯାପିତ ହୋଇ ଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରାକ୍ତନ ସମ୍ପାଦକ ଶ୍ରୀଯୁକ୍ତ ପର୍ଶୁରାମ ମାର୍ଥା ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଜଗମୋହନ ପଟ୍ଟନାୟକ ସମ୍ମାନିତ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ତରୁଣକାନ୍ତି ରାୟଙ୍କ ସହିତ ମହାବିଦ୍ୟାଳୟର ପରିଚାଳନା କମିଟିର ପ୍ରାକ୍ତନ ସଦସ୍ୟ ଅବଦୁଲ ଶୋଭନ ଖାଁ, ରଜନୀକାନ୍ତ ରାଉତରାୟ , ସମାଜସେବୀ ଶ୍ରୀଯୁକ୍ତ ତପନ କୁମାର ପାତ୍ର ଓ ଅହେସାନ ଉଲ୍ଲା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ରହିଲେ ଜୀବନର ସଫଳ ରୂପାୟନ ହୋଇପାରିବ ବୋଲି ଦର୍ଶାଇଥିଲେ । ଉତ୍କ ସଭାରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ ।

