ଟାଙ୍କୋଳ ସରକାରୀ ବିଦ୍ୟାଳୟର ୫୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 
ଖୋର୍ଦ୍ଧା,୨୦/୧୨( ସମ୍ବାଦ ଓଡ଼ିଶା, ହିମାଂଶୁ ଭୁଷଣ ଚମ୍ପତିରାୟ)ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୫୧ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟର ଏସ ଏମ୍ ସି ସଭାପତି ଭାଗିରଥି ବେହେରା ସଭାପତିତ୍ବ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବନ କୁମାର ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭିକାରୀ ଚରଣ ରଥ, ମୁଖ୍ୟ ବକ୍ତା ଡକ୍ଟର ଭୋବନୀ ସାହୁ, ସମ୍ମାନିତ ଅତିଥି ରୂପେ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ଜେନା, ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ବୀରେଶ କୁମାର ରାଜଗୁରୁ,ପିଏନବି ଡେପୁଟି ଜୋନାଲ ମ୍ୟାନେଜର ଶ୍ରୀଯୁକ୍ତ କ୍ଷେତ୍ରବାସୀ ମିଶ୍ର, ସି ଆର ସି ସି ପ୍ରଶାନ୍ତ କୁମାର ମହାପାତ୍ର ,ଅବସରପ୍ରାପ୍ତ ଶିକ୍ଷକ ବିଭୂତି ଭୂଷଣ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ବାଉରୀବନ୍ଧୁ ଦଳାଇ, ଅଲୁମୁନି ସଭାପତି ଶ୍ରୀଯୁକ୍ତ ରବିନାରାୟଣ ମିଶ୍ର ତଥା ଏସ ଏମ୍ ସି ର ସମସ୍ତ ସଦସ୍ୟ ଯୋଗଦାନ ଦେଇ ଏହି ବାର୍ଷିକ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ । ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଗତ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ବିଦ୍ୟାଳୟର ପ୍ରଥମ ସ୍ଥାନ ଗ୍ରହଣ କରିଥିବା ପ୍ରତିମା ପାତ୍ର ତଥା ଅନ୍ୟ ଛାତ୍ର ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରିଶେଷରେ କୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

