ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ଶିବିର ଉଦଘାଟିତ

ଖୋର୍ଦ୍ଧା,୨୯/୩( ସମ୍ବାଦ ଓଡ଼ିଶା): ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ତିନି ଦିନିଆ ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି। ଏହି ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ପୌରୋହିତରେ ଆୟୋଜିତ ସଭାରେ ଖୋର୍ଦ୍ଧାର ପ୍ରାକ୍ତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଓ ସମାଜସେବୀ ଶ୍ରୀମତୀ ରିନା ରାଉତରାୟ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସମାଜସେବାରେ ନିଜକୁ ସଂଶ୍ଳିଷ୍ଟ କରିପାରିଲେ ଯୁବକ ସମୟ ସାର୍ଥକ ହେବ ବୋଲି ଦର୍ଶାଇ ଥିଲେ। ଇତିହାସ ବିଭାଗର ମୁଖ୍ୟ ଡକ୍ଟର ଜନ୍ମେଜୟ ଚୌଧୁରୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରିଣୀ ଶ୍ରୀମତୀ ଅନୁପମା ଚମ୍ପତିରାୟ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟର ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ଯଶସ୍ବିନୀ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ସୁଜ୍ଞାନୀ ଭଞ୍ଜସାମନ୍ତ , ଅନୀତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

