ନିରାକାରପୁର ଡିଏଭି ପବ୍ଲିକ ସ୍କୁଲର ୧୩ତମ ବାର୍ଷିକ ଉତ୍ସବ: ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଆହ୍ୱାନ
ଖୋର୍ଦ୍ଧା, ୨୯/୩( ସମ୍ବାଦ ଓଡ଼ିଶା): ଶିକ୍ଷାର ବ୍ୟବସ୍ଥା ଆଜି ଭୁଷୁଡ଼ି ପଡ଼ିଛି । ଗୁରୁକୂଳ ଶିକ୍ଷାର ଗୁରୁତ୍ବ କେତେ ପିଲାମାନଙ୍କ ଚରିତ୍ର ଗଠନ କରିବାରେ ସହଯୋଗ କରୁଥିଲା ତତ୍ ସଙ୍ଗେସଙ୍ଗେ ପିଲାମାନଙ୍କ ନୈତିକ , ସାମାଜିକ , ଉନ୍ନତି ହେବା ସହିତ ସଂସ୍କାର ଯୁକ୍ତ ହେବାକୁ ଉପଦେଶ ଦେବା ସହିତ ପିଲାମାନଙ୍କୁ ସମାଜରେ ଜଣେ ଜଣେ ଭଲ ମଣିଷ ଓ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଢ଼ିତୋଳିବା ପାଇଁ ଶିକ୍ଷକ ଏବଂ ଅଭିଭାବକଙ୍କ ମିଳିତ ପ୍ରୟାସ ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ୧୩ତମ ବାର୍ଷିକ ଉତ୍ସବ ଅବସରରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟକ୍ଷ ସନ୍ତୋଷ କୁମାର କର ଅଧ୍ୟକ୍ଷତା କରିବା ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନାଚୁଣୀ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜକିଶୋର ସାହୁ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଉମାକାନ୍ତ ହରିଚନ୍ଦନ ଓ ସ୍କୁଲ ନିର୍ଦ୍ଦେଶକ ଛବିରାମ ପରିଡ଼ା ମଧ୍ୟ ମଞ୍ଚାସୀନ ଥିଲେ।ଏହି ସମାରୋହକୁ ସୁଜାତା ମହାପାତ୍ର ଓ ସମୀକ୍ଷା ଦାସ ସଫଳତାର ସହ ସଞ୍ଚାଳନ କରିଥିଲେ। ବର୍ଷ ସାରା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶିକ୍ଷୟତ୍ରୀ ସୁଜାତା ମହାପାତ୍ର ଧନ୍ୟବାଦ ଅର୍ପଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା, ଯାହାକୁ ଉପସ୍ଥିତ ସମସ୍ତେ ବେଶ୍ ଉପଭୋଗ କରିଥିଲେ। ଶିକ୍ଷକ ସୁମନ୍ତ କୁମାର ସାମନ୍ତରାୟ, ଲିପକ୍ ବେହେରା, ଅଭିଜିତ୍ ମାଝୀ, ମନୋରଞ୍ଜନ ସୁବୁଦ୍ଧି, ଅମିତ୍ ପଟ୍ଟନାୟକ, ଶିକ୍ଷୟତ୍ରୀ ବୈଶାଖୀ ପାଇକରାୟ, ଜିକୁନା ଜେନା, ରିପଲ୍ ପ୍ରଧାନ, ଶୁଭଶ୍ରୀ ଯୁଝାର ସିଂହ, ଜ୍ୟୋତିକା ସାହୁ, ରୀନା ପରିଡ଼ା, ଜ୍ୟୋତିର୍ମୟୀ ନାଥ ଶର୍ମା, ଭାରତୀ ରାଉତ ଓ ହିରଣ୍ମୟୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଲେଖକ ଅଜୟ କୁମାର ସେଠୀଙ୍କ ରଚିତ ଗୁରୁଶ୍ରୀ ନୀଳାଦ୍ରି ନାଥ ତ୍ରିପାଠୀ ଙ୍କ ନିର୍ଦ୍ଦେଶନାରେ ଶିଶୁ ନାଟକ ତୁମ ପରି ଛୋଟ ପିଲାଟିଏ ଛାତ୍ର ଛାତ୍ରୀମାନେ ପରିବେଷଣ କରାଯାଇଥିଲା । ପୂର୍ବତନ ସ୍କୁଲ ପରିଚାଳନା କମିଟି ସଦସ୍ୟ ସ୍ବର୍ଗତ ଭାସ୍କର ମଙ୍ଗରାଜ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।


