ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ପକ୍ଷରୁ ରାମେଶ୍ବର ସ୍କୁଲରେ ବାର୍ଷିକ ଉତ୍ସବ
ନିରାକାରପୁର ୨୬/୦୧( ସମ୍ବାଦ ଓଡ଼ିଶା )ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଦିବଙ୍ଗତ ଶିକ୍ଷକ ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷାବିତ୍ ଦିବ୍ୟସିଂହ ତ୍ରିପାଠୀ ଙ୍କ ସଭାପତିତ୍ବରେ ଆଜିର ଏହି ଉତ୍ସବ ରେ ମୁଖ୍ୟ ଅତିଥି ଟାଙ୍ଗୀ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ,ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ବିଶ୍ଵନାଥ ରଥ, CRCC ଶ୍ରୀଯୁକ୍ତ ସୁଶାନ୍ତ ମଲ୍ଲିକ, ସମିତିସଭ୍ୟ ରମେଶ ବିଶ୍ଵାଳ , ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରାକେଶ କୁମାର ତ୍ରିପାଠୀ ଯୋଗଦେବା ସହିତ ଏହି ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ନିକଟସ୍ଥ କମଗୁରୁ ଗ୍ରାମର ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର , ମହାଶୟଙ୍କ ଧର୍ମପତ୍ନୀ ଶ୍ରୀମତୀ ଆରତୀ ରଣବୀର ଙ୍କ ଗରୀମାମୟ ଉପସ୍ଥିତି ଉତ୍ସବ କୁ ଆହୁରି ସରସ ସୁନ୍ଦର କରିଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବାଶିଷ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା । ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସୂକ୍ଷ୍ମ ନାଟକ ” ସବୁଜ ଗଙ୍ଗା ” ଅନୁଷ୍ଠିତ ହୋଇ ଥିଲା । ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାମତାଜ୍ ବେଗମ୍ ମଞ୍ଚ ପରିଚାଳନା କ
ରିଥିଲେ ।

