ଦ୍ୱିତୀୟ ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏମ ବି ସି ସି ମଳିପଡା ଚାମ୍ପିଅନ
ନିରାକାରପୁର,୨୭/୧( ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ୟଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଏମ ବି ସି ସି ମଳିପଡା ଚାମ୍ପିଅନ ହୋଇଛି।ଏହି ଟୁର୍ନାମେଣ୍ଟରେ ସମୁଦାୟ ୮ଟି ବଚ୍ଛା ବଛା ଦଳ ଅଂଶ ଗ୍ରହଣ କରିଥିଲେ। ଆଜିର ଫାଇନାଲ ମ୍ୟାଚ ରେ ଏମଏସସିସି ବିରତୋଇ ବନାମ ଏମବିସିସି ମଳିପଡ଼ା ମଧରେ ହେଇଥିଲା।ପ୍ରଥମେ ବ୍ୟାଟିଂ କରି ମଳିପଡ଼ା ଦଳ ୧୫ ଓଭର ୬ ୱେକେଟ ବିନିମୟରେ ୨୦୧ କରିଥିଲା।ମଳିପଡ଼ା ଦଳର ପଶ୍ଚିମା ସର୍ବାଧିକ ୫୭ ରନ କରିଥିଲେ ।ଜବାବ ରେ ଏମଏସସିସି ବିରତୋଇ ଟିମ ୧୭୧ ରନ କରିଥିଲେ। ଦଳ ପକ୍ଷରୁ ଶିବୁ ସର୍ବାଧିକ ୭୦ ରନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ବିଜେତା ଦଳର ଶିବୁ, ମାନ ଅଫ ଦି ଟୁର୍ନାମେଣ୍ଟ ପଶ୍ଚିମା ହୋଇଥିଲେ। ଆଜିର ମ୍ୟାଚ ୟଙ୍ଗ ଷ୍ଟାର ର ପୂର୍ବତନ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜିର ମ୍ୟାଚ କୁ ପ୍ରବୀଣ ରାଉତରାୟ ଓ ମନୋଜ ନାୟକ ପରିଚନା କରିଥିଲେ।ଅତିଥି ଭାବେ ସୁଶାନ୍ତ ସେନାପତି, ରାକେଶ ପ୍ରଧାନ, ଅନିଲ ସେନାପତି, ଅମେରେନ୍ଦ୍ର ବାରିକ, ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ମ୍ୟାଚ କୁ ପ୍ରତ୍ୟୁଷ ସାମନ୍ତରାୟ, ବିଜୟ ପ୍ରଧାନ, ଶ୍ରୀକାନ୍ତ ସାହୁ, ଜିତୁ, ଚଗୁଲୁ, ଗୁଡ଼ୁ ସାହାଯ୍ୟ କରିଥିଲେ।

