Sambad Odisha

ରାଜ୍ୟ ସ୍ପେଶାଲ

ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀଙ୍କ ପକ୍ଷରୁ ନୂଆଜଗନ୍ନାଥ ସଡ଼କ  ଅବରୋଧ।

ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀଙ୍କ ପକ୍ଷରୁ ନୂଆଜଗନ୍ନାଥ ସଡ଼କ  ଅବରୋଧ।

ଖୋର୍ଦ୍ଧା, ୭/୨( ସମ୍ବାଦ ଓଡ଼ିଶା):ଗତ ବିଳମ୍ବିତ ରାତ୍ରିରେ ନିଜର କର୍ମ ସାରି ଘରକୁ ଫେରିଲା ବେଳକୁ ଦନ୍ତା ହାବୁଡ଼ରେ ପଡି ବିଦ୍ୟୁତ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମିସ୍ତ୍ରୀ ଜଣକ ହେଉଛନ୍ତି ସିକୋ ଫାଣ୍ଡି ଖଡ଼ି ପଦର ଗ୍ରାମର ଶଙ୍କର ରାଉତରାୟ ଓରଫ ହାବୁଲା (୪୦ )ବୋଲି ସୂଚନା ମିଳୁଛି। ସ୍ଥାନୀୟବାସୀଙ୍କ କହିବା କଥା ମୃତ ହାବୁଲା ଜଣେ ଭଲ ବିଦ୍ୟୁତ କାରିଗର। ଏଣେ ତେଣେ କାର୍ଯ୍ୟକରି ନିଜର ଗୁଜୁରାଣ ମେଣ୍ଟାଉ ଥିଲା। ହେଲେ ଗତ ରାତିରେ ସେ ବଜାରରୁ ନିଜର କର୍ମସାରୀ ସାଇକେଲ ଯୋଗେ ଫେରୁଥିବା ବାଟରେ ହାତୀ ସହିତ ମୁହାଁ ମୁହିଁ ହୋଇଥିଲା।ଘଟଣା ସ୍ଥଳରେ ହାତୀ ଆକ୍ରମଣରେ ବେକଠାରୁ ମୁଣ୍ଡ ଛିଡି ଯାଇ ଖଣ୍ଡେ ଦୁରରେ ପଡିଛି।ଖବର ପାଇ ଗ୍ରାମବାସୀମାନଙ୍କର ହୋ ହଲ୍ଲା ପରେ ହାତୀଟି ଜଙ୍ଗଲ ଭିତରକୁ ପଳାଇ ଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବନ ବିଭାଗ ପହଞ୍ଚି ପାରି ନାହିଁ। ତେବେ କ୍ଷୟକ୍ଷତି ଦାବି କରି ସ୍ଥାନୀୟବାସୀଙ୍କ ପକ୍ଷରୁ ନିକଟସ୍ଥ ନୂଆଜଗନ୍ନାଥ ସଡ଼କ ଉପରେ ଟାୟାର ଜାଳି ଅବରୋଧ କରାଯାଇଛି। ଫଳରେ ଉଭୟ ପାର୍ଶ୍ୱ ରାସ୍ତାରେ ଦୀର୍ଘ ସମୟ ଧରି ଯାନ ବାହାନ ଅଟକି ରହିବା ଯୋଗୁଁ ସଡ଼କ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି।

admin

admin

About Author

Leave a comment

Your email address will not be published. Required fields are marked *