Sambad Odisha

ରାଜ୍ୟ ଶିକ୍ଷା

ଡମଣଭୂମି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଡମଣଭୂମି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଏକାଗ୍ରତା ଛାତ୍ର ଛାତ୍ରୀଙ୍କୁ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହଞ୍ଚାଇବ
ନିରାକାରପୁର,୫/୨(ସମ୍ବାଦ ଓଡ଼ିଶା) : ଉତ୍ତମ ପରିବେଶ  ଛାତ୍ର ଜୀବନକୁ ଶୃଙ୍ଖଳିତ ଓ ମାର୍ଜିତ କରି ଏକ ଭଲ ମଣିଷ ଗଢିବାରେ ସହାୟ ହୁଏ। ଏକାଗ୍ରତା ଛାତ୍ର ଛାତ୍ରୀଙ୍କୁ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହଞ୍ଚାଇବ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ଡମଣଭୂମି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଧାନଶିକ୍ଷକ ଆଲୋକ ଚକ୍ରବର୍ତ୍ତୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ଶିକ୍ଷା ଗୋଷ୍ଠୀ ଅଧିକାରୀ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ମଳିପଡା କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ମିହିର ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ସରପଂଚ ଶୁଭଦର୍ଶନୀ ଭୋଳ, ସମିତି ସଭ୍ୟ ନେତ୍ରାନନ୍ଦ ପ୍ରଧାନ, ସମାଜସେବୀ ଚିତ୍ତରଞ୍ଜନ ଭୋଳ, ସହ ପ୍ରତିଷ୍ଠାତା ସୁଦାମ ଚରଣ ଛୋଟରାୟ, ସାମ୍ବାଦିକ ରଘୁନାଥ ସାହୁ,ସି ଆର ସି ସି ପ୍ରଶାନ୍ତ କୁମାର ମହାପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଚକ୍ରବର୍ତ୍ତୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥି ପରିଚୟ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା। ଏହି ଅବସରରେ ଅତିଥି ମାନେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

 

admin

admin

About Author

Leave a comment

Your email address will not be published. Required fields are marked *