ସ୍ୱର୍ଗତ ଭାନୁ ଦେଇଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

ନିରାକାରପୁର,୨୯/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଓଳସିଂହ ଗ୍ରାମର ସ୍ୱର୍ଗତ ଭାନୁ ଦେଇଙ୍କ ଏକାଦଶ କାର୍ଯ୍ୟକ୍ରମ ଅବସରରେ ଏକ ଗମ୍ଭୀର ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଜନୈତିକ, ସାମାଜିକ ଓ ବୁଦ୍ଧିଜୀବୀ ବର୍ଗର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଭାନୁ ଦେଇଙ୍କ ସ୍ମୃତିକୁ ସ୍ମରଣ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଉପସ୍ଥିତ ରହି ସ୍ୱର୍ଗତ ଭାନୁ ଦେଇଙ୍କ ସାମାଜିକ ଜୀବନ, ନିଷ୍ଠା ଓ ସେବାଭାବକୁ ସ୍ମରଣ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମବାୟ ସମିତି ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ ,ପୂର୍ବତନ ବିଧାୟକ, ଖୋର୍ଦ୍ଧା ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ , ରାଜ୍ୟ ପାଇକ ସଂଘ ସଭାପତି ଡ଼. ପ୍ରକାଶ ଶ୍ରୀଚନ୍ଦନ,ପୂର୍ବତନ ବିଧାୟକ, ଖୋର୍ଦ୍ଧା ରାଜେନ୍ଦ୍ର କୁମାର ସାହୁ , ବିଜେପି ନେତା ପ୍ରକାଶ ଚନ୍ଦ୍ର ବିଜୁଳି , ବିଜେପି ବରିଷ୍ଠ ନେତା କାଳୁ ଚରଣ ଖଣ୍ଡାୟତରାୟ , ପ୍ରେମାନନ୍ଦ ପରିଡା ଓ ଅତୁଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ସମସ୍ତ ବକ୍ତାମାନେ ସ୍ୱର୍ଗତ ଭାନୁ ଦେଇଙ୍କ ସରଳ ଜୀବନ ଓ ସମାଜ ପ୍ରତି ତାଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ମୃତି ସଭାଟିକୁ ତ୍ରିନାଥ ଦେବତା ସୁଚାରୁରୂପେ ପରିଚାଳନା କରିଥିଲେ।ଏହି ଅବସରରେ ସ୍ୱର୍ଗତ ଭାନୁ ଦେଇଙ୍କ ଚାରି ପୁତ୍ର — ନବକିଶୋର ବରିସଲ, ଦେବରାଜ ବରିସଲ, ଶିବ ବରିସଲ ଓ ଦାଶରଥି ବରିସଲ — ସହ ପରିବାରବର୍ଗ ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।ସମାପନରେ ସମସ୍ତେ ଦିବଙ୍ଗତ ଭାନୁ ଦେଇଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ।

